ବନ୍ଧା ହେଲେ ରସିକିଆ ହେଡ୍ ମାଷ୍ଟର, ଅଫିସକୁ ଡାକି ଛାତ୍ରୀଙ୍କ ସହ …
1 min readକେନ୍ଧୁଝର : ରସିକିଆ ପ୍ରଧାନ ଶିକ୍ଷକ । ପ୍ରଥମେ ନେଲେ ପୁରସ୍କାର ତା ପରେ ହେଲେ ତିରସ୍କାର । ଭିନ୍ନ ଭିନ୍ନ ବାହାନାରେ ଛାତ୍ରୀମାନଙ୍କୁ ନିଜ ଅଫିସ୍ ରୁମ୍କୁ ଡାକି କରୁଥିଲେ ଅସଦାଚରଣ । ଛାତ୍ରୀ ମାନଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ବି କରୁଥିଲେ । ଯାହାକୁ ନେଇ ତାତିଛନ୍ତି ଅଭିଭାବକ । ଫୁଟିଛି ହେଡ୍ ସାଙ୍କ ଭାଣ୍ଡା , ଆଉ ସାମ୍ନାକୁ ଆସିଛି ତାଙ୍କ କଳାକାରନାମା । ଏଭଳି ଏକ ଲଜ୍ୟାକର ଘଟଣା କେନ୍ଧୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଡିମିରିଆ ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଘଟିଛି ।
ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ ଜଣଙ୍କୁ ହଲାପଟା ହେବାକୁ ପଡ଼ିଛି।ଖବର ପାଇ ଏବିଇଓ ସୁବାଷ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ପହଞ୍ଚି ତଦନ୍ତ କରିବା ସହିତ ଶିକ୍ଷକଙ୍କୁ ଗିରଫ କରିଛନ୍ତି। ଶିକ୍ଷକ ଜଣକ ହେଉଛନ୍ତି ହାଟଡ଼ିହି ବ୍ଲକ ହବଳେଶ୍ୱର ପଂଚାୟତ ଜମ୍ଭରା ଗ୍ରାମର ନାରାୟଣ ଚନ୍ଦ୍ର ସେନାପତି। ସେ ତେଲକୋଇ ବ୍ଲକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେ ବିଭିନ୍ନ ସମୟରେ ଅଫିସକୁ ଡାକି ଛାତ୍ରୀଙ୍କ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ହାତ ମାରିବା ସହିତ ଗାଲରେ ଚୁମା ଦେଇଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଜଣେ କି ଦୁଇଜଣ ନାହିଁ, ୧୪/୧୫ ଜଣ ଛାତ୍ରୀ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି।ଏନେଇ ଥାନାରେ ମଧ୍ୟ ସ୍କୁଲ କମିଟି ଓ ଅଭିଭାବକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ସେ ନିଜକୁ ଜନେ ସାହିତ୍ୟିକ ଭାବେ ପରିଚୟ ଦେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସମ୍ଭର୍ଧିତ ମଧ୍ୟ ହୋଇଛନ୍ତି।