ଦୀପାବଳି ପୂର୍ବରୁ ଚୋରା ବାଣ ବେପାରରେ ୨ ଜଣଙ୍କୁ ବାନ୍ଧିଲା ପୋଲିସ…
1 min read
ଗଞ୍ଜାମ: ଆଗକୁ ଆସୁଛି ଦିପାବଳୀ । ଏଥର ଦୀପାବଳୀରେ ବାଣ ବିକ୍ରି ଉପରେ ପ୍ରଶାସନର କଡା ନଜର ରହିଛି । କିନ୍ତୁ ଦୀପାବଳୀ ପୂର୍ବରୁ କିଛି ସ୍ଥାନରେ ଚୋରା ବାଣ ବିକ୍ରି କରାଯାଉଥିବା ବେଳେ ସେହିପରି ବ୍ରହ୍ମପୁରରେ ସହରରେ ଦୀପାବଳୀ ପୂର୍ବରୁ ଆରମ୍ଭ ହୋଇଗଲାଣି ଚୋରା ବାଣ ବେପାର । ସହରର ଜଣେ ବାଣ ବ୍ୟବସାୟୀ ନିଜର ଭଡ଼ା ଘରେ ବିସ୍ପୋରକ ଦ୍ରବ୍ୟ ଲୁଚାଇ ରଖିଥିବା ବେଳେ ଧରା ପଡିଛନ୍ତି । ବେପାରୀ ଜଣଙ୍କ ଚୋରାରେ ବାଣ ଆଣି ବିକ୍ରି କରିବା ପାଇଁ ଏକ ଭଡା ଘରେ ଲୁଚାଇ ରଖିଥିବା ବେଳେ ମାଡ଼ି ବସିଲା ପୋଲିସ । ସୂଚନା ମୁତାବିକ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲି ଶିବ ଶକ୍ତି ନଗର ୮ମ ଲାଇନ୍ରେ ଏକ ଭଡ଼ା ଘରେ ଲୁଚାଇ ରଖାଯାଇଥିଲା ବାଣ । ତେବେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଞ୍ଜିପଲି ଫାଣ୍ଡି ପୋଲିସ ଅଧିକାରୀ ଗୌରୀ ଜେନା ଓ ଟିମ୍ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ ରେ ଚଢାଉ କରି ବାଣ ଜବତ କରିଛନ୍ତି । ରଖାଯାଇଥିବା ବାଣ ଗୁଡ଼ିକ ବିସ୍ପୋରକ ଦ୍ରବ୍ୟ ହୋଇଥିବା ବେଳେ ଏହାର କୌଣସି ଲାଇସେନ୍ସ ନଥିବା ଜଣାପଡ଼ିଛି । ସେହି ଭଡା ଘରୁ ବିଭିନ୍ନ ଲୋକାଲ ଓ ଅନ୍ୟ ରାଜ୍ୟର ବାଣ ଗୁଡିକ ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୫ଲକ୍ଷ ରୁ ଅଧିକ ହେବ ବୋଲି ଜଣାପଡିଛି ।