Pratidin TV

Odisha's Digital News Platform

ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ, ଅଭିଯୁକ୍ତଙ୍କ ସହ ହାତମିଳାଇଛନ୍ତି ଅବକାରୀ କର୍ମଚାରୀ

1 min read

କୋରାପୁଟ : ସୋମବାର ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ କରୁଥୁବା ବେଳେ ସୁଙ୍କି ପୁଲିସ ହାତରେ ଧରାପଡିଛି ୩ ଅବକାରୀ କର୍ମଚାରୀଙ୍କ ସମେତ ୭ ଜଣ। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯିବା ସହ ଗଞ୍ଜେଇ ଚୋରାଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ।

ସୂଚନା ମୁତାବକ, ଓଡିଶା ସୀମା ପାର କରାଇ ଆନ୍ଧ୍ରରେ ପହଞ୍ଚାଇବା ନିମନ୍ତେ ଅଭିଯୁକ୍ତ ଅବକାରୀ କର୍ମଚାରୀମାନେ ଗଂଜେଇ ବୋଝେଇ ଟ୍ରକ ନେଇ ଯାଉଥିଲେ। ବାଟରେ ସୁଙ୍କି ପୁଲିସ ଆଉଟପୋଷ୍ଟ ଠାରେ ହୋଇଥିବା ଯାଞ୍ଚବେଳେ ସେମାନେ ଧରାପଡ଼ିଥିଲେ। ଅଟକ ଥିବା ଅବକାରୀ ବିଭାଗର କର୍ମଚାରୀ ହେଲେ କନଷ୍ଟେବଳ ତ୍ରିଲୋଚନ ରାୟ ଚେଟି, କନଷ୍ଟେବଳ ଭେଙ୍କେଟ ଓ ଏଏସଆଇ ଅରୁପୁଲକ ଦାସ।

Advertisement

ସେପଟେ ସୁଙ୍କି ଥାନାରେ ପୋଟାଙ୍ଗି ବିଡିଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ପହଞ୍ଚି ଜବତ ଗଞ୍ଜେଇର ଓଜନ କାମ ତଦାରଖ କରିଛନ୍ତି। ଏହି ଗଞ୍ଜେଇ ଚୋରାଚାଲାଣରେ ମୋଟ ୭ ଜଣ ଅଟକ ଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଅବକାରୀ ବିଭାଗ କର୍ମଚାରୀଙ୍କ ବାଦ୍ ଜଣେ ୱେବ ଚ୍ୟାନେଲ କର୍ମଚାରୀ ରହିଛନ୍ତି। ଜବତ ଗଂଜେଇ ବୋଝେଇ ଟ୍ରକରେ କେତେ ପରିମାଣର ଗଂଜେଇ ରହିଛି ତାହା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି। ଅନ୍ୟପଟେ ଚୋରା ଚାଲାଣ ହେଉଥିବା ଗଂଜେଇ ଆଗରୁ ଅବକାରୀ କର୍ମଚାରୀମାନେ ଜବତ କରି ରଖିଥିବା ଗଂଜେଇ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି।

Leave a Reply

Your email address will not be published. Required fields are marked *