ଜଙ୍ଗଲରୁ ବ୍ରାଉନ୍ସୁଗାର ବେପାରୀଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ
1 min readଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପାଇକତିଗିରିଆ ଓ ତରତୁଆକୁ ଲାଗିଥିବା ଖୋର୍ଦ୍ଧା ଜଙ୍ଗଲ ବିଭାଗର ଛୋଟ ଜଙ୍ଗଲରେ ଗଛ ଉପରେ ମଞ୍ଚ କରି ରହୁଥିବା ନିଶା ବେପାରୀଙ୍କ ଆଡ୍ଡାସ୍ଥଳକୁ ଖୋର୍ଦ୍ଧା ପୋଲିସି ଭାଙ୍ଗିବା ସହିତ ମାରଣା ଅସ୍ତ୍ରକୁ ଜବତ କରି ତଦନ୍ତ ଜାରି ରଖିଛି।ସୂଚନା ଅନୁଯାୟୀ କିଛି ଦିନ ଧରି ଖୋର୍ଦ୍ଧା ପୋଲିସ ପକ୍ଷରୁ ଖୋର୍ଦ୍ଧା ସହର ସମେତ ଆଖପାଖ ଅଞ୍ଚଳ ରେ ବ୍ରାଉନ ସୁଗାର ବେପାର ଓ ବେପାରୀ ଶୁନ୍ୟ କରିବା ଲକ୍ଷରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ କିଛି ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି।କିଛି ଅଭିଯୁକ୍ତଙ୍କୁ ଜେଲରୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସହିତ ଖୋର୍ଦ୍ଧାକୁ କେଉଁ କେଉଁ ଅଞ୍ଚଳରୁ ଏହି ଚେର ଲମ୍ବିଛି ତାହାର ତଦନ୍ତ ଜାରି ରଖିଛି।ଫଳରେ ବ୍ରାଉନ ସୁଗାର ବେପାରୀଙ୍କ ଏବେ ନିଦ ହଜିଯାଇଥିବା ବେଳେ ଖୋର୍ଦ୍ଧା ସହର ଓ ଗ୍ରାମାଞ୍ଚଳ ଛାଡି ଏବେ ନିଶା ବେପାରୀ ଜଙ୍ଗଲ ମୁହାଁ ହୋଇଥିବା ତାହା ଆଜି ଦେଖିବାକୁ ମିଳିଛି।
ଆଜି ଶିଳ୍ପାଞ୍ଚଳ ଥାନା ଅଧିନ ପାଇକତିଗିରିଆ ଓ ତରତୁଆ ଜଙ୍ଗଲ ମଝିରେ କିଛି ନିଶା ବେପାରୀ ମାନେ ଗଛ ଉପରେ ଝାଟି କାଠ ବାଉଁଶ ରେ ମଞ୍ଚକରି ରହିଥିବା ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଏସ୍ଡ଼ିପିଓ ଦିଲ୍ଲୀପ କୁମାର ଦାସ,ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଂଜୟ କୁମାର ନାୟକ,ଶିଳ୍ପାଞ୍ଚଳ ଥାନା ଅଧିକାରୀ ଗାୟତ୍ରୀ ମିଶ୍ର,ସବଇନ୍ସପେକ୍ଟର ବାସୁଦେବ ଜୟସିଂ ଘଟଣା ସ୍ଥଳ ରେ ପହଂଛିଥିଲେ।ପୋଲିସ ଭୟରେ ସେଠାରୁ ନିଶା ବେପାରୀ ଫେରାର ହୋଇଯାଇଥିବା ବେଳେ ସେଠାରୁ ପୋଲିସ ଗୋଟେ ବନ୍ଧୁକ,କଟୁରି,ଛୁରୀ,ଖଣ୍ଡା,ସୋଲାର ଲାଇଟି , ମୋବାଇଲ ଖୋଳ, ମାପ ଓଜନ ଯନ୍ତ୍ର,ଟୁକୁରା କାଗଜ,ଆଦି ଜବତ କରିଛି ଓ ଏମାନେ ନିଶା ବେପାର କରୁଥିଲେ ନା ଆଉ କ’ଣ କରୁଥିଲେ ତାହା ଜାଣିବାକୁ ଅଧିକ ତଦନ୍ତ ଜାରି ରଖିଥିବାବେଳେ ସେଠାରେ ଥିବା ଗଛ ଉପର ମଞ୍ଚ ଭାଙ୍ଗିଦେଇଛି। ତେବେ ଖୋର୍ଦ୍ଧା ଟାଉନ ଛାଡି ବ୍ରାଉନ ସୁଗାର ବେପାରୀ କିଛି ଦିନ ହେବ ଏହି ଜଙ୍ଗଲରେ ରହି ବିଭିନ୍ନ ଅଞ୍ଚଳକୁ ବ୍ରାଉନ ସୁଗାର ବିକ୍ରି କରୁଥିବା ଅନୁମାନ କରାଯାଉଛି।ସୂଚନା ଅନୁସାରେ ଖୋର୍ଦ୍ଧା ପୋଲିସି ଭୟରେ ଏବେ ଜଙ୍ଗଲ ମୁହାଁ ନିଶା ବେପାରୀ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ନିଶା ବେପାରୀ ଅନେକ ସମୟରେ ବିଭିନ୍ନ ରାହଜାନି କରୁଥିବା ନଜିର ମଧ୍ୟ ରହିଛି। ।ତେବେ ସବୁଦିନ ପରି ଆଜି ସକାଳୁ ସକାଳୁ ସ୍ଥାନୀୟ ଗ୍ରାମର ଅନେକ ଗରିବ ଲୋକ ଉକ୍ତ ଜଙ୍ଗଲ କୁ ଜାଳେଣି ପାଇଁ ଯାଇଥିବା ବେଳେ ଆଜିର ଘଟଣା ସେହି ଗ୍ରାମର କିଛି ଲୋକଙ୍କ ପାଇଁ ଜଣା ପଡିଥିବା ବେଳେ ଘଟଣା ପରେ ଗ୍ରାମବାସୀ ମାନେ ଭୟବିତ ଅଛନ୍ତି।ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସି କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।