Pratidin TV

Odisha's Digital News Platform

କୌଣସି ରାଜନୈତିକ ଚାପ ନା ନିଜର ବିଫଳତା ଲୁଚାଉଛି ପୋଲିସ୍ : ୧୦ କର୍ମ ପୁର୍ବରୁ ରୁଚିକାଙ୍କ ମାଁ ଙ୍କୁ ଉଠାଇନେଲା ଜବରଦସ୍ତି

ଭୁବନେଶ୍ୱର : ରୁଚିକାଙ୍କ ଆତ୍ମହତ୍ୟାକୁ ୧୦ ଦିନ ହୋଇଯାଇଥିବା ସର୍ତ୍ତେବି ପୋଲିସ କି ସିବିଆଇଙ୍କର କୌଣସି ତଦନ୍ତ ନାହିଁ । ୯ ଦିନଧରି କଲେଜ ସାମ୍ନାରେ ବସିରହିଥିବା ରୁଚିକାଙ୍କ ମା, ପରିବାର ଓ ସାଙ୍ଗସାଥି ମାନେ ଆଜି କଲେଜ ସାମ୍ନାରେ ରୁଚିକାଙ୍କ ୧୦ ପାଳିବା ନେଇ ସ୍ଥିର କରିଥିଲେ ।କିନ୍ତୁ ହଠାତ୍ ଘଟଣା ସ୍ଥଳରେ ପୋଲିସ୍ ପହଚିଂ ସେମାନେ ବସିଥିବା ଟେଣ୍ଟଙ୍କୁ ଭାଙ୍ଗି ରୁଚିକାଙ୍କ ମା ଓ ସାଥୀ ମାନଙ୍କୁ ଜବରଦସ୍ଥି ବାନ୍ଦିନେଇଛି ।

ତେବେ ଅପରାଧିକୁ ଖୋଜି ବାହାର କରିବା ବଦଳରେ ପୋଲିସ କାହିଁଙ୍କି ଏପରି ପଦକ୍ଷେପ ଗ୍ରହଣ କରିଛି । ଏହା ପଛରେ କୌଣସି ରାଜନୈତିକ ଚାପ ନା ପୋଲିସ୍ ତାର ବିଫଳତା ଲୁଚାଇବାକୁ ଚାହୁଂଛି ? ତେବେ ଏହି ଘଟନାକୁ ନେଇ ସାଧାରଣ ଜନତା ଅସନ୍ତୋଷ ପ୍ରକାସ କରିବା ସହ ଏହା ପଛରେ ଲୁଚି ରହିଥିବା କାରଣ କୁ ଜାଣିବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *