Pratidin TV

Odisha's Digital News Platform

ପୋଲିସ ବୋଲେରୋ ଓ ଟ୍ରକ ମୁହାମୁହିଁ ଧକ୍କା ; ୨ ମୃତ ୩ ପୋଲିସ୍ କର୍ମଚାରୀ ଗୁରୁତର ..

1 min read

ବୌଦ୍ଧ : ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ଆଜି ଭୋର ସମୟରେ ଟ୍ରକ୍ ଓ ପୋଲିସ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ଏକ ରେଷ୍କ୍ୟୁ ଅପରେସନ ସାରି ବ୍ୟକ୍ତିଗତ ବୋଲେରୋ ଗାଡ଼ିରେ ନିଜ ଥାନାକୁ ଫେରୁଥିବା ସମୟରେ ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବୋଲେରୋଟି ଓଲଟି ପଡ଼ି ଚୁରମର ହୋଇଯାଇଥିଲା । ତେବେ ଘଟଣା ସ୍ଥଳରେ ହିଁ ଜଣେ ପୋଲିସ୍ ହୋମଗାର୍ଡ ଏବଂ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ପୋଲିସ କର୍ମଚାରୀ ସେମାନଙ୍କ ମଧ୍ୟରେ ଜଣେ ASI ଥିବା ବେଳେ ଅନ୍ୟ ଜଣ କନଷ୍ଟେବଳ ଓ ହୋମଗାର୍ଡ ଗୁରୁତର ଭାବେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ସୂଚନା ମିଳିଛି।

ମୃତକ ହେଉଛନ୍ତି କାର୍ଯ୍ୟରତ ହୋମଗାର୍ଡ ଜଗନ୍ନାଥ ମେହେର ଓ ବ୍ୟକ୍ତିଗତ ବୋଲେରୋ ଡ୍ରାଇଭର ପ୍ରଶାନ୍ତ ରଣା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *