ପୁଲିସ ବାବୁଙ୍କ ଆଳୁ ଲୋଭ, ମାମଲା ରଫା ଦଫା ପାଇଁ ମାଗିଲେ ଲାଞ୍ଚ ..
1 min readଏବେ ଆକାଶ ଛୁଆଁ ଆଳୁଦର । ହାଣ୍ଡିଶାଳୁ ଗାଏବ ହେବାକୁ ବସିଲାଣି ଆଳୁ । ଏହି ଆଳୁ ସଙ୍କଟ ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଏବେ ସବୁଠି ଚର୍ଚ୍ଚାର ଖୋରାକ ଯୋଗାଇଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଳକୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଆଳୁ ଲାଞ୍ଚ ମାଗି ସସପେଣ୍ଡ ହେଲେ ପୋଲିସ୍ ଏସଆଇ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର କନୌଜରେ । ସୁଚନାନୁସାରେ ଜଣେ ପୁଲିସ୍ ସବ ଇନସପେକ୍ଟର ଲାଞ୍ଚ ଭାବେ ଆଳୁ ଦାବି କରିଥିଲେ।
ବାସ୍ତବରେ ଲାଞ୍ଚ କାରବାର ପାଇଁ ଆଳୁ ଥିଲା କୋଡ ୱାର୍ଡ। ଗୋଟିଏ ମାମଲାର ରଫାଦଫା କରିବା ପାଇଁ ନିଲମ୍ବିତ ପୁଲିସ୍ ସବ ଇନସପେକ୍ଟର ରାମ କ୍ରିପାଲ ସିଂହ ୫ କେଜି ଆଳୁ ମାଗିଥିଲେ। ଏହାର ଅଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। କନୌଜ ଏସ୍ପି ଅମିତ କୁମାର ଆନନ୍ଦ ସବ ଇନସପେକ୍ଟର ସୌରିଖ ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଭାୱାଲପୁର ଚାପୁନ୍ନା ଚୌକରେ ନିୟୋଜିତ ରାମ କ୍ରିପାଲ ସିଂହଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।