Pratidin TV

Odisha's Digital News Platform

ରାଜନୈତିକ ଆକ୍ରୋଶରୁ ମହିଳାଙ୍କୁ ଅସଦାଚରଣ , ଅଭିଯୋଗ ପରେବି ପୋଲିସ ନେଉନି ଆକ୍ସନ

ଭଦ୍ରକ ; ରାଜନୈତିକ ଆକ୍ରୋଶ ରୁ ତୁମୁଳ କାଣ୍ଡ ସର୍ବସମ୍ମୁଖରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଥାନାରେ ମାମଲା ପରେ ଏବେ ଏସପି ଙ୍କ ଦ୍ୱାରସ୍ତ ହୋଇଛନ୍ତି ପୀଡିତା ଜଣକ । ଏଭଳି ଏକ ସ୍ପର୍ଷକାତର ଘଟଣା ଦେଖିବାକୁ ମିଳିଛି ଆଗରପଡା ଥାନାଧିନ ଭରସିଂ ପୁର ଗ୍ରାମରେ । ତେବେ ଗତ ୨୬ ତାରିଖରେ ଅଷ୍ଟପ୍ରହରୀ ଚାଲୁଥିବା ବେଳେ ସେହି ଗ୍ରାମର ଗଗନ ପାଳ ନାମକ ବ୍ୟକ୍ତି ଉକ୍ତ ଗ୍ରାମର ଜୈନିକ ମହିଳାଙ୍କୁ ହଠାତ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗୁପ୍ତାଙ୍ଗ କୁ ମଧ୍ୟ ଜୋର ଜବରଦସ୍ତ ଆଘାତ କରିଥିଲା ।

ତେବେ ଜୈନେକ ମହିଳା ଜଣକ ଚିତ୍କାର କରିବାରୁ ଗ୍ରାମ ର ଲୋକମାନେ ଘଟଣା ସ୍ଥଳରେ ପହଂଚିଥିଲେ କିନ୍ତୁ ସେହିସମୟରେ ଗଗନ ପାଳ ର ଭାଇ ଓ ଭାଉଜ ମାନେ ମଧ୍ୟ ଆସି ଜୈନେକ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ପ୍ରବଳ ମାଡ ମାରିବା ସହ ଜୀବନରୁ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ସେହି ଦିନ ଆଗରପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ଅଗରପଡା ଥାନା ପୋଲିସ । ତେବେ ବାଧ୍ୟ ହୋଇ ଜୈନେକ ମହିଳା ଜଣକ ଆଜି ଜିଲ୍ଲା ଏସପିଙ୍କୁ ଭେଟିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ଆଉ ଯଦି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଜୈନେକ ମହିଳାଙ୍କ ସପରିବାର ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାନୁଷ୍ଠାନ ସମ୍ମୁଖରେ ଧାରଣା ରେ ବସିବେ ବୋଲି କହିଛନ୍ତି ।

ତେବେ ସୂଚନା ଥାଉକି ଗଗନ ପାଳ ଜଣେ କଂଗ୍ରେସ ର କର୍ମୀ ହୋଇଥିବା ବେଳେ ଜୈନେକ ମହିଳା ଓ ତାଙ୍କ ସ୍ୱାମୀ ବେଜେଡିର କର୍ମୀ ଅଟନ୍ତି ତେଣୁ ରାଜନୈତିକ ଆକ୍ରୋଶ ରଖି ମହିଳାଙ୍କୁ ଅସଦାଚରଣ କରିଛନ୍ତି ଏବଂ କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ କ୍ରାଇମ କୁ ପ୍ରୋତ୍ସାହନ ଦେଉନଥିବା ପ୍ରତିକ୍ରିୟା ରେ କହୁଥିବା ବେଳେ ତାଙ୍କର କର୍ମୀ ଙ୍କ ଏଭଳି କାଣ୍ଡ କୁ କାହିଁକି ଘଣ୍ଟ ଘୋଡାଉଛନ୍ତି କାହିଁକି ପୋଲିସ କୁ ଚାପ ପକାଉହାନ୍ତି ଯେ ଦୋଷୀ ସେ ଦଣ୍ଡ ପାଉ ବୋଲି କହିଛନ୍ତି ଭରସିଂ ପୁର ବାସିନ୍ଦା ।

Leave a Reply

Your email address will not be published. Required fields are marked *