Pratidin TV

Odisha's Digital News Platform

ବ୍ୟାଙ୍କ ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ନିଖୋଜ ଘଟଣା : ମିଳିଲା ବଡ ସୁରାଗ

1 min read

ଭୁବନେଶ୍ୱର : ବଲାଙ୍ଗିର ବ୍ୟାଙ୍କ ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ନିଖୋଜ ମାମଲା ଉପରୁ ଉଠିଛି ବଡ ପରଦା । ସୂଚନା ଅନୁଯାୟୀ ଦିବ୍ୟରଂଜନ ବରଗଡ ଜିଲ୍ଲା ବରପାଲି ପଞାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ ।ଏନେଇ ଦିବ୍ୟରଞନ ବ୍ୟାଙ୍କ କାମରେ ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ ଯାଇଥିଲେ । ସେଠାରୁ ୬ଟାରେ ବାହାରି ସ୍ତ୍ରୀ ଙ୍କୁ ପହଞ୍ଚିବା କଥା ଜଣାଇଥିଲେ । କିନ୍ତୁ ତାଙ୍କ ଫୋନ ସୁଇଚ୍‌ଅଫ୍ ହେବା ସହ ସେ ସମୟରରେ ଘରେ ନପହଞ୍ଚିବାରୁ ସ୍ଥୀ ଓ ଘର ଲୋକେ ତାଙ୍କୁ ବନିକା ଅଞ୍ଚଳରେ ଯାଇ ଖୋଜାଖୋଜି କରିଥିଲେ ।ସେଠାରେ ଦିବ୍ୟରଂଜନଙ୍କୁ ନପାଇ ଶେଷରେ ନିରାଶ ହୋଇ ଫେରିଥିଲେ ।

ଏହାପରେ ପରିବାର ଲୋକେ ସୂଚନା ପାଇ ଏନ୍‌ଏଚ୍‌୨୬ ଅଙ୍ଗନଦୀ ବରପାଲି ବ୍ରିଜ୍ ଉପରୁ ଦିବ୍ୟରଂଜନଙ୍କ ଗାଡି ଓ ହେଲମେଟ ବ୍ରିଜ ଉପରେ ଠିଆ ହୋଇଥିବାର ଦେଖିଥିଲେ । ସେଠାରେ ମଧ୍ୟ ଦିବ୍ୟରଞନଙ୍କୁ ନପାଇ ଘରଲୋକ ପୋଲିସର ସାହାଯ୍ୟ ନେଇଥିଲେ । ଏନେଇ ପୋଲିସ୍ ଦିବ୍ୟରଂଜନଙ୍କ ନାରେ ମିସିଙ୍ଗ କେସ୍ ଫାଇଲ୍ କରି ତାଙ୍କୁ ଅଗ୍ନିବାହୀ ଟିମ୍ ସହଯୋଗରେ ଖୋଜାଖୋଜି ଚଲେଇବା ସହ ତଦନ୍ତ ଆରମ୍ଭ କରିଦେଇଛି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଦିବ୍ୟରଞନଙ୍କ କିଛି ସୁରାଗ ମିଳିପାରି ନାହିଁ ।

ଏପଟେ ଦିବ୍ୟରଞନ କାମ କରୁଥିବା ବର୍ତ୍ତମାନ ବ୍ୟାଙ୍କ ଓ ପୁର୍ବ ବ୍ୟାଙ୍କରେ ପୋଲିସ୍ ତଦନ୍ତ କରୁଥିବା ସମୟରେ କିଛି ସୁରାଗ ସାମ୍ନାକୁ ଆସିଛି । ତେବେ ଦିବ୍ୟରଂଜନ ଏହା ପୂର୍ବରୁ ପଶ୍ଚିମ ବେଙ୍ଗଲର ମେଦିନିପୁର ବ୍ୟାଙ୍କରେ କାମ କରୁଥିଲେ । ପୋଲିସ ହାତରେ ଲାଗିଥିବା ବଡ ସୁରାଗ ଅନୁଯାୟୀ ଦିବ୍ୟରଂଜନଙ୍କ ପ୍ରାୟ ୭-୮ ଟି ଆକାଉଣ୍ଟରୁ ୨ ମାସ ଭିତରେ ପ୍ରାୟ ୨୦ ଲକ୍ଷ ଟଙ୍କା ଟ୍ରାନ୍‌ଜାକସନ୍ ହୋଇଥିଲା । ତେବେ ମେଦିନିପୁରର ବିଭିନ୍ନ ଲୋକମାନଙ୍କ ପାଖକୁ ଏହି ଟ୍ରାନ୍‌ଜାକ୍ସନ ହୋଇଥିଲା ବେଳେ ,ଟ୍ରାନ୍‌ଜାକ୍ସନ ହୋଇଥିବା ଆକାଉଣ୍ଟ ଗୁଡିକ ମଧ୍ୟରୁ ଅଧିକାଂଶ ମହିଳା ମାନଙ୍କର ବୋଲି ପ୍ରମାଣ ମିଳିଛି ।ତେବେ ଏହି ୨୦ ଲକ୍ଷ ଟ୍ରାନ୍‌ଜାକ୍ସନ କଣ ପାଇଁ କରିଥିଲେ ଦିବ୍ୟରଂଜନ ତାହା ଏହି ଘଟଣାଟି ଉପରେ ବଡ ପ୍ରଶ୍ନବାଚି ଉଠାଇଛି । ସେ ସେହି ଆକାଉଣ୍ଟ ଗୁଡିକରୁ ଫୋନପେ,ଗୁଗଲପେ ଜରିଆରେ ମେଦିନିପୁରର କିଛି ଲୋକମାନଙ୍କ ପାଖକୁ ୨ ମାସ ମଧ୍ୟରେ ୨୦ ଲକ୍ଷ ଟଙ୍କା ପଠାଇଥିଲେ ।

ତେବେ ଅନୁମାନ କରାଯାଉଛି ଯେ ହୁଏତ ଦିବ୍ୟରଂଜନ ମେଦିନିପୁରର ଲୋକମାନଙ୍କ ସହ କିଛି ଡିଲ୍ କରିଥିବେ କିମ୍ବା ତାଙ୍କୁ କୌଣସି କାରଣ ବସତଃ ବ୍ଳାକମେଲ କରାଯାଇ ଉକ୍ତ ଟଙ୍କାଗୁଡିକ ନିଆଯାଇଛି । ଏନେଇ ପୋଲିସ ବରପାଲି ବ୍ୟାଙ୍କରେ ଜୋର ସୋର ତଦନ୍ତ ଚଳାଇବା ସହ ଉକ୍ତ ଲୋକମାନଙ୍କର ନା ଓ ଠିକଣା ବାହାରକରିଛି । ତେବେ ଦିବ୍ୟରଂଜନ ଏଯାଏ ନିଖୋଜ ଅଛନ୍ତି କି ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରିଛି ତାହା ଏବେ ରହସ୍ୟ ଘେରରେ ଥିବା ବେଳେ ,ପୋଲିସ୍ ଖୁବ୍ ଶ୍ରୀଘ୍ର ଏହା ଉପରୁ ପରଦା ଉଠାଇବ ବୋଲି କହିଛି ।

Leave a Reply

Your email address will not be published. Required fields are marked *