Pratidin TV

Odisha's Digital News Platform

ନର୍ବାଚନ ପୂର୍ବରୁୁ ଯାଜପୁର ପୋଲିସର ବ୍ୟାପକ ପ୍ରସ୍ତୁତି , ଆରମ୍ଭ ହେଲା ଫ୍ଲାଗ ମାର୍ଚ୍ଚ ..

ସାରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଏଥିପାଇଁ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ଜିଲ୍ଲାରେ ଚଳିତ ନିର୍ବାଚନକୁ କିପରି ଅବାଧ,ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳନା କରାଯିବ । ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଧର୍ମଶାଳା ଥାନା ଅଧିକାରୀ ତପନ କୁମାର ନାୟକ ଙ୍କ ନେତୃତ୍ୱ ରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ଜାରକା ଫାଣ୍ଡି ରୁ ବାହାରି, ନକପୋଲ, ପାଟପୁର ପ୍ରଭୃତି ଅଞ୍ଚଳ ରେ ଫ୍ଲାଗ ମାର୍ଚ୍ଚ କରି ଆଗାମୀ ନିର୍ବାଚନ ରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରଯାଇଛି । । ତେବେ ଗଣତନ୍ତ୍ରର ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳା ଭାବେ ସମାପନ କରିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଛନ୍ତି ଯାଜପୁର ଜିଲ୍ଲା ପୋଲିସ । ସେହିପରି ଭାବେ ଯଦି ନିର୍ବାଚନ ଜନିତ କୌଣସି ଆଗୁଆ ବିଶୃଙ୍ଖଳା କିମ୍ବା ବେଆଇନ କାର୍ଯ୍ୟ କାହା ନଜରରେ ଆସେ ତେବେ ତୁରନ୍ତ ନିକଟସ୍ଥ ଥାନା ଅଧିକାରୀଙ୍କୁ ସୂଚନା ଦେବାପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *