Pratidin TV

Odisha's Digital News Platform

୨ ନିଖୋଜ ଛାତ୍ରଙ୍କୁ ଉର୍ଦ୍ଧାର କରି ଫେରୁଥିଲା ପୋଲିସ : ଅଧାରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସ କାର୍ …

ନୟାଗଡ : ୨ ନିଖୋଜ୍ ନାବାଳ ଛାତ୍ରଙ୍କୁ ଠାବ କରି ଫେରୁଥିଲା ପୋଲିସ ଗାଡି । ଅଧାରାସ୍ତାରେ ହେଲା ଦୁର୍ଘଟଣା ଗ୍ରସ୍ତା । ମିଳିଥିବା ଖବର ଅନୁଯାୟୀ ଭୁବନେଶ୍ୱରରୁ ଦଶମ ଶ୍ରେଣୀର ଦୁଇ ଛାତ୍ର ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ । ରାତି ହୋଇଯାଇଥିଲେ ବି ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକ ବ୍ୟସ୍ତ ହୋଇ ଚାରିଆଡେ ଖୋଜଖୋଜି କରିଥିଲେ । ଦୁଇ ଛାତ୍ର ପଢୁଥିବା ରାଜଧାନୀର ମର୍ଣ୍ଣିଂ ଗ୍ଲୋରି ଇଂଲିଶ ମିଡିୟମ ସ୍କୁଲକୁ ମଧ୍ୟ ଖବର ଦେଇଥିଲେ । ଏହାପରେ ଉଭୟ ଛାତ୍ରଙ୍କ ପରିବାର ଲୋକେ ଚନ୍ଧକା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ସମୃକ୍ତ ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଥିଲା । ଏହାପରେ ଗତକାଲି ଉଭୟ ଛାତ୍ରଙ୍କୁ ଟିଟିଲାଗଡରୁ ଉଦ୍ଧାର କରି ଫେରୁଥିବା ସମୟରେ ନୟାଗଡ଼ର ବାଣିଗୋଛା ପୋଲିସର ଫର୍ଚୁନର ଗାଡି ଅନ୍ୟ ଏକ କାର ସହ ଧକ୍କା ହୋଇଛି।

ତେବେ ଗାଡିରେ ଥିବା ସମସ୍ତଙ୍କୁ ଆଘାତ ଲାଗିଥିବା ବେଳେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ନାବାଳକ ଛାତ୍ରଙ୍କୁ ନେଇ ଚନ୍ଦକା ପୋଲିସ ଫେରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *