Pratidin TV

Odisha's Digital News Platform

ଡ୍ରାଇଭର-ପୋଲିସ କର୍ମୀ ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ : ଆହାତ ହେଲେ ପୋଲିସ , କାହାର ପ୍ରକୃତ ଦୋଷ ?

1 min read

ଗଞ୍ଜାମ : ଗଞ୍ଜାମରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଉତେଜନା ଦେଖାଦେଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପୋକଡି ବନ୍ଧ ଛକ ନିକଟ ଜାତୀୟ ରାଜପଥରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ବିଚ୍ ରାସ୍ତା ଉପରେ ପୋଲିସ୍ ଓ ଡ଼୍ରାଇଭର ମୁହାଁ ମୁହିଁ ସହ ଖଣ୍ଡଯୁଦ୍ଧର ପରିସ୍ଥିତି ହୋଇଥିଲା । ପରେ ପରେ ଏହା ଭୟଙ୍କର ରୂପ ନେଇଥିଲା ଫଳରେ ସନ୍ଧ୍ୟା ସମୟରେ ପୋଲିସ୍ କର୍ମୀଙ୍କୁ ରାସ୍ତା ଉପରେ ଗୋଡେଇ ଗୋଡେଇ ଗୋଡେଇ ପିଟିଥିଲେ ଡ଼୍ରାଇଭର୍ । ଡ଼୍ରାଇଭରଙ୍କ ଆକ୍ରମଣରେ ଏକାଧିକ ପୋଲିସ ଲହୁଲୁହାଣ ହୋଇଥିବା ଖବର ମିଳିଛି ।

ସୂଚନା ଅନୁଯାୟୀ ଗୋଲାନ୍ଥରା ପୋଲିସ୍ ଷ୍ଟେସନ୍ ର ଥାନା ଅଧିକାରୀ ଓ ଗୋପାଳପୁର ଥାନାର ଏ.ସ୍.ଆଇ ଆହାତ ହୋଇଛନ୍ତି। ଉଭୟ ପୋଲିସ୍ କର୍ମୀଙ୍କୁ ବ୍ରହ୍ମପୁର ଗ.କ.ଉ.ଏ ହସ୍ପିଟାଲ୍ ରେ ଭର୍ତି କରାଯାଇଛି । ଏହି ଘଟଣା ପଛରେ ଥିବା ଖଳନାୟକ କିଏ ଏନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଦେଇଛି । ଯେତେବେଳେ ଡ଼୍ରାଇଭର ମହାସଂଘ ରାସ୍ତା ଉପରେ ଧାରଣା ଦେଇଥିଲେ ସେମାନେ ବି ଏମିତି କା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶା କରିନଥିଲେ । ଡ଼୍ରାଇଭର ସଙ୍ଘ ଆନ୍ଦୋଳନ କରୁଥିବା ସମୟରେ ପୋଲିସ ସେମାନଙ୍କୁ ବୁଝା ଶୁଝା କରୁଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ପରେ ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଥିଲା । ଯେଉଁ ଡ଼୍ରାଇଭର ଆକ୍ରମଣ କରି ଲୁଚିଯାଇଥିଲେ । ପୋଲିସ ତାଙ୍କୁ ଖୋଜି ଆଣି ଥାନାରେ ଅଟକ ରଖିଛନ୍ତି।

Advertisement

ଘଟଣାର ତଦନ୍ତ ପାଇଁ ସେହି ସ୍ଥାନରେ ଦକ୍ଷିଣାଞ୍ଚଳ ଆଇଜି ସେଠାରେ ପହଞ୍ଚିସାରିଛନ୍ତି । ବ୍ରହ୍ମପୁର ଏସପି ସହ ଅନେକ ପଦସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଆଉ ଗୋଟେ କଥା କହି ରଖିବୁ ଯେ ଡ଼୍ରାଇଭର ମହାସଂଘ ବର୍ତ୍ତମାନ ଛତ୍ରଭଙ୍ଗ ଦେଇଚନ୍ତି । ପ୍ରକୃତରେ କିଏ କହାକୁ ଆକ୍ରମଣ କରିଛି, ପୋଲିସ୍ ଖାଲିରେ ନିରୀହ ଲୋକଙ୍କୁ ଆକ୍ରମଣ କରିଛି ନା ସେମାନେ କରିଛନ୍ତି । ଏହାର ତଦନ୍ତ କରାଯିବ ଏବଂ ପରେ ପକୃତ ଆକ୍ରମଣକାରୀ ମାନଙ୍କୁ ଦଣ୍ଡ ଦିଆଯିବ । ଘଟଣାର ସ୍ଥିତି ଅନୁଧ୍ୟାନ ପରେ ହିଁ ଜଣା ପଡ଼ିବ ଆଇଜି କହିଛନ୍ତି ।

Leave a Reply

Your email address will not be published. Required fields are marked *