Pratidin TV

Odisha's Digital News Platform

କ୍ରିକେଟ ଖେଳୁଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଆହାତ ହେଲେ ପୋଲିସ ଅଧିକାରୀ…

1 min read

ରବିବାର ଦିନ ଶ୍ରୀନଗରର ଜଣେ ଆତଙ୍କବାଦୀ ଜମ୍ମୁ-କଶ୍ମୀର ପୋଲିସର ଜଣେ ଇନ୍ସପେକ୍ଟରଙ୍କୁ ଗୁଳି କରି ଗୁରୁତର ଆହତ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା କୁହାଯାଇଛି । ସୂଚନା ମୁତାବିକ ମସୁର ଅହମ୍ମଦ ୱାନି ନାମକ ଜଣେ ପୋଲିସ ଇନ୍ସପେକ୍ଟର ଖେଳ ପଡିଆରେ କ୍ରିକେଟ୍ ଖେଳୁଥିବା ସମୟରେ ଆତଙ୍କବାଦୀ ମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ତାଙ୍କର ଆଖି, ପେଟ ଏବଂ ହାତରେ ତିନୋଟି ଗୁଳି ଚଳାଇଥିଲା । ଏହି ସମୟରେ ସାଥୀରେ ଥିବା ଅନ୍ୟମାନେ ଆତଙ୍କବାଦୀଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ସେଠାରୁ ଖସି ଯାଇଥିଲେ । ତେବେ ଗୁରୁତର ହୋଇଥିବା ଅଧିକାରୀଙ୍କ ଶ୍ରୀନଗର ଜିଲ୍ଲା ପୋଲିସ ଲାଇନରେ ପୋଲିସ ଇନ୍ସପେକ୍ଟର ଭାବେ ପୋଷ୍ଟିଂ ହୋଇଥିବା ବେଳେ ସେ ରବିବାର ଦିନ ଘରକୁ ଆସିଥିଲେ । ଏହି ଅବସରରେ ପିଲାଙ୍କ ସହିତ କ୍ରିକେଟ ଖେଳୁଥିବା ସମୟରେ ଘଟିଥିଲା ଅଭାବନୀୟ ଘଟଣା । ଏହି ଆକ୍ରମଣ ପାଇଁ ପାକିସ୍ତାନ ଭିତ୍ତିକ ଲଶ୍କର-ଇ-ତାଇବା ଆତଙ୍କବାଦୀ ଦଳର ଛାୟା ପୋଷାକ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି । ଆତଙ୍କବାଦୀମାନେ ପିସ୍ତଲ ବ୍ୟବହାର କରିଥିବା କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ତୁରନ୍ତ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କ ସନ୍ଧାନ କରାଯାଇଥିଲା । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ଦାୟର କରାଯାଇ ଯାଞ୍ଚ ଆରମ୍ଭ କରାଯାଇ ଆତଙ୍କ୍‌ବାଦୀ ମାନଙ୍କୁ ଧରିବା ପାଇଁ ଅପରେସନ୍ ଚାଲିଛି ।

Leave a Reply

Your email address will not be published. Required fields are marked *