Pratidin TV

Odisha's Digital News Platform

ଏମସ୍ ହସ୍ପିଟାଲ ଏମରଜେନ୍ସି ୱାର୍ଡରେ ପଶିଲା ପୋଲିସ ଭ୍ୟାନ୍ , ହେଲେ କାହିଁକି ?

1 min read

ଏମସ୍ ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ପଶିଲା ପୋଲିସ ଗାଡି । ଯାହାକୁ ଦେଖି ଅବାକ୍ ହୋଇଗଲେ ରୋଗୀ । କିନ୍ତୁ ହ୍‌ସ୍ପିଟାଲ ଏମରଜେନ୍ସି ୱାର୍ଡରେ ଏଭଳି ପୋଲିସ ଭ୍ୟାନ୍ ପସିବାର କାରଣ ଥିଲା କିଛି ଅଲଗା ।

ଉତ୍ତରାଖଣ୍ଡ ଋଷିକେଶସ୍ଥିତ AIIMS ରେ ଜଣେ ମହିଳା ଡାକ୍ତରଙ୍କୁ ନର୍ସିଂ ଅଫିସର ସତୀଶ କୁମାର ଅପରେନ ଥିଏଟରରରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରମାନେ ଧାରଣାରେ ବସିଥିଲେ।

Advertisement

ଅଭିଯୋଗ ହେବା ପରେ ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାକୁ ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ଜିପ୍ ପସାଇଦେଇଥିଲା । ଉକ୍ତ ସମୟରେ ଏମରଜେନ୍ସି ୱାର୍ଡରେ ରୋଗୀ ଭର୍ତ୍ତି ହୋଇଥିଲେ। ଫଳରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ସାଇଡ କରିବା ପରେ ଗାଡ଼ି ଭିତରୁ ପୁଲିସ୍ ଅଧିକାରୀ ବାହାରି ହସ୍ପିଟାଲରୁ ସତୀଶଙ୍କୁ ଗିରଫ କରିଥିଲେ।

Leave a Reply

Your email address will not be published. Required fields are marked *