Pratidin TV

Odisha's Digital News Platform

ରାଜକୋଟ ଗେମିଂଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା,ମୃତକଙ୍କ ମଧ୍ୟରେ ଥିଲେ ମାଲିକ

1 min read

ଗେମିଂଜୋନ୍‌ ଅଗ୍ନିକାଣ୍ଡରେ ମାଲିକ ମଧ୍ୟ ଜୀବନ୍ତ ଦଗ୍ଧ | NDA ରିପୋର୍ଟରୁ ଆସିଲା ସମସ୍ତ ତଥ୍ୟ | ମାଲିକ ପ୍ରକାଶ ହିରନ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମାଙ୍କର DNA ନମୁନା ସହ ମିଶିବା ପରେ ମିଳିଥିଲା | ହିରନ୍‌ଙ୍କ ଭାଇ ଜିତେନ୍ଦ୍ର ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ ଘଟଣା ପରେ ସେ ନିଖୋଜ ହେବାର ଅଭିଯୋଗ କରାଯାଇଥିଲା | ଏନେଇ ତାଙ୍କ ଭାଈ କରିଥିଲେ ଅଭିଯୋଗ | ହିରନ ଅଗ୍ନିକାଣ୍ଡ ସମୟରେ ଗେମିଂ ଜୋନ୍‌ରେ ଥିବା ନେଇ ତାଙ୍କ ଭାଈ କରିଥିଲେ ଦାବି |

ତେବେ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା | ତେବେ ଏହି ଅଗ୍ନିକାଣ୍ଡରେ ଉଦ୍ଧାର ହୋଇଥିବା ମୃତଦେହ DNA ଟେଷ୍ଟ କରିଥଲେ ପୋଲିସ | ଘଟଣାସ୍ଥଲରୁ ମିଳିଥିବା ଅବଶେଷରୁ ଡିଏନ୍‌ଏ ନମୁନା ପ୍ରକାଶ ହିରନ୍‌ଙ୍କ ମା’ଙ୍କ ଡିଏନ୍‌ଏ ନମୁନା ସହ ମେଳ ଖାଇଥିଲା। ଏହାପରେ ଫରେନ୍‌ସିକ୍‌ ଡିପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ଗେମିଂ ଜୋନ୍‌ ମାଲିକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି।

ତେବେ ମେ’ ୨୫ ତାରିଖରେ ରାଜକୋଟ୍‌ରେ ଥିବା ଟିଆର୍‌ପି ଗେମିଂ ଜୋନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୨ ଜଣ ଛୋଟ ପିଲାଙ୍କ ସମେତ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯୋଗୁ ମୃତଦେହଗୁଡିକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା। ତେବେ ଏହି ଘଟଣାରେ ମୁଖ୍ୟ ଆସାମୀକୁ ପୋଲିସ ଗିରଫ କରିଛି |

Leave a Reply

Your email address will not be published. Required fields are marked *