Pratidin TV

Odisha's Digital News Platform

ଘଟାଇଲେ ଉପରି କାଣ୍ଡ , ପୋଲିସ ବାବୁଙ୍କୁ ନିସ୍ତକ ପିଟିଲେ ଗାଁ ଲୋକ ।

1 min read

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାସ୍ତା ଉପରେ ଥିବା ସୋନ ଗଡ଼ ନଦୀ ଉପରେ ଜଣେ ପୁଲିସ ଅଧିକାରୀ ଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ମାଡ଼ ଖାଇଥିବା ପୁଲିସ କର୍ମଚାରୀ ଜଣକ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧିକାରୀ ଶଶୀ ଭୂଷଣ ମିଶ୍ର ବୋଲି ଆଲୋଚନା ହେଉଛି। ଏନେଇ ଦେଓଗାଁ ପୁଲିସ ମାଡ଼ ଖାଇଥିବା ପୁଲିସ କୁ ଉଦ୍ଧାର କରି ଦେଓଗାଁ ଥାନାକୁ ନେଇଥିବା ବେଳେ ମାଡ଼ ମାରିଥିବା କିଛି ଯୁବକ ଙ୍କୁ ଅଟକ ରଖିଛି।

ଗୁରୁବାର ସନ୍ଧ୍ୟା ସମୟ ରେ ସିବିଲ ଡ୍ରେସରେ ଥିବା ପୁଲିସ କର୍ମଚାରୀ ଜଣକ ଜଣେ ବାଇକ ଚାଳକଙ୍କୁ ଅଟକାଇ ଏଣେ ତେଣେ ଭାଷା ପ୍ରାୟୋଗ କରୁଥିଲେ। ଏହାକୁ ଦେଖି ପାଖରେ ଥିବା କିଛି ଯୁବକ ପାଖ କୁ ଆଶିବାରୁ ଦୀପକ ନାମକ ଜଣେ ଯୁବକ ର ମୋବାଇଲ କୁ ନଇଁ ଭିତର କୁ ଫିଙ୍ଗି ଦେଇଥିଲେ ପୁଲିସ ବାବୁ ଜଣକ। ଏହା ଘଟିବା ପରେ ଯୁବକ ମାନେ ପାଟି ତୁଣ୍ଡ କରିବାରୁ ଏକାଧିକ ଯୁବକ କ୍ଷଣିକ ମାତ୍ରେ ରୁଣ୍ଡ ହୋଇ ପୁଲିସ ବାବୁ ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

Advertisement

ଏହି ଘଟଣା ଦୃତ ଗତିରେ ପ୍ରଚାର ହେବା ପରେ ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ମାଡ଼ ଖାଉଥିବା ପୁଲିସ କର୍ମଚାରୀ ଙ୍କୁ ଉଦ୍ଧାର କରି ଥାନା କୁ ନେଇଯାଇ ଥିଲେ।ତେବେ ଏହାକୁ ନେଇ ଦେଓଗାଁ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିଲା

Leave a Reply

Your email address will not be published. Required fields are marked *