Pratidin TV

Odisha's Digital News Platform

ଗରିବ ଚାଷୀଙ୍କଠୁ ଲାଞ୍ଚ ନେଉଥିଲେ ପୋଲିସ ବାବୁ , ଗାଡି ଚାବି ଛଡାଇ ରଖିଲେ ଗ୍ରାମବାସୀ …..

1 min read

ପଟ୍ଟାମୁଣ୍ଡାଇ ; ଚାଷୀଙ୍କ ଠାରୁ ଧମକଦେଇ ଟଙ୍କା ଆଦାୟ କରୁଥିବାବେଳେ ପୋଲିସକୁ ଘେରିଲେ ସ୍ଥାନୀୟ ଲୋକେ । ଭାଇରାଲ ହେଲା ଭିଡିଓ । ଆଜି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏଭଳି ଏକ ଦୃଶ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ ମାସ ୨୨ ତାରିଖରେ ବିଧାନସଭା ଘେରାଉ କରିଥିବା ଚାଷୀମାନଙ୍କୁ ପୋଲିସ ୧୦୭ ଦଫା ଲଗାଇ ମାମଲା ୠଜୁକରି ଛାଡିଦେଇଥିଲା ।

ଏନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳର କିଛି ଚାଷୀଙ୍କୁ ନୋଟିସ ଦେବା ବେଳେ ଜଣେ ପୋଲିସ ବାବୁ ଏବଂ ତାଙ୍କ ସହକର୍ମୀ ଗରିବ ଚାଷୀ ମାନଙ୍କୁ ଧମକାଇ ସହ ଟଙ୍କା ଆଦାୟ କରିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ପୋଲିସ ଟଙ୍କା ଆଦାୟକୁ ନେଇ ଚାଷୀମାନେ ପ୍ରତିବାଦ କରିବାରୁ ପୋଲିସ ଟଙ୍କା ଫେରାଇ ଥିବା ମଧ୍ୟ ଜଣାପଡିଛି । କିନ୍ତୁ ଏସବୁ ପରେ ଗ୍ରାମବାସୀମାନେ ସମୃକ୍ତ ମାମଲାରେ ଉତ୍ୟକ୍ତ ହୋଇ ପୋଲିସ ବାବୁଙ୍କ ଗାଡି ଚାବି ଛଡାଇ ରଖିଥିଲେ । କାରଣ ଗରିବ ଖଟିଖିଆ ଚାଷୀ ମାନେ ଭୋକ ଉପାଷରେ ନିଜ ହକ୍ ପାଇଁ ଲଢେଇ କରୁଥିବା ବେଳେ କିଭଳି ଏହି ବଡ ବଡିଆ ପୋଲିସ ମାନେ ତାଙ୍କଠୁ ଲାଞ୍ଚ ନେଇପାରୁଛନ୍ତି । ତେବେ ଦେଖିବାକୁ ବାକିରହିଲା ଏହି ଭିଡିଓ ଭାଇରାଲ ପରେ କଣ ହେଉଛି ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ?

Advertisement

Leave a Reply

Your email address will not be published. Required fields are marked *