ମାନବିକତା ଦେଖାଇଲେ ପୋଲିସ SI : ମାଓନେତାଙ୍କ ମା’ଙ୍କ ଶବକୁ ନିଜ କାନ୍ଧରେ ନେଇ ଦେଲେ ମୁଖାଗ୍ନି ..
1 min readକୋରାପୁଟ : ଶେଷ ସମୟରେ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିବୁଜିଲା ମାଁ । ହେଲେ ଫେରିଲାନି ପୁଅ । କାରଣ ଯେଉଁ ଅମୋଡା ବାଟରେ ପୁଅ ପାଦ ଦେଇଛି , ଆଉ ସେଠାରୁ ଫେରିବାର ବାଟ ବନ୍ଧହୋଇସାରିଛି । ଶେଷରେ ଏଭଳି କରୁଣ ପରିସ୍ଥିତିର ନିଜକୁ ରୋକିପାରିନାହନ୍ତି ଜଣେ ସହୃଦୟୀ ପୋଲିସ ଏଏସଆଇ । ମାଓନେତାଙ୍କ ମାଁଙ୍କ ଶବ ସତ୍କାର ପାଇଂ ଆଗେଇ ଆସିଛନ୍ତି ସେ । କାନ୍ଧରେ ନେବା ସହ ମୁହଁରେ ମୁଖାଗ୍ନି ମଧ୍ୟ ଦେଇଛନ୍ତି ପୋଲିସ ଏଏସଆଇ । ଆଉ ତାଙ୍କର ଏଭଳି ପାଇଁ ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲଟିଛନ୍ତି ପୋଲିସ ଏଏସଆଇ ।
ସୂଚନା ଅନୁଯାୟୀ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସିଲେରୁ ନିକଟକୁ ମୁଲୁୱାଡ ଗ୍ରାମର ମାଓନେତା କାକୁରି ପାଣ୍ଡାନ୍ନା ଓରଫ ଜଗନଙ୍କ ମାଁ ସୀତା ଆମ୍ମାଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା । କିନ୍ତୁ ପୁଅ ଦୀର୍ଘ ୨୫ ବର୍ଷ ହେବ ମାଓ ସଙ୍ଗଠନରେ ସାମିଲ ହୋଇ ଘରକୁ ଫେରୁନଥିବାରୁ ଗ୍ରାମବାସୀମାନେ ମଧ୍ୟ ଶବସତ୍କାର ପାଇଁ ଆଗକୁ ବାହାରୁନଥିଲେ । ଠିକ୍ ଏହି ସମୟରେ ସିଲେରୁ ଥାନାର ପୋଲିସ ଏଏସଆଇ ଜେ.ରାମକୃଷ୍ଣା ଗାଁରେ ପହଞ୍ଚି ସୀତାମାଙ୍କ ଶବକୁ ସତ୍କାର ନିମନ୍ତେ ବ୍ୟବସ୍ଥା କରିଥିଲେ । ଏହସହ ସୀତା ମାଙ୍କ ଶବକୁ କାନ୍ଧରେ ନେବା ପରେ ତାକୁ ମୁଖାଗ୍ନି ମଧ୍ୟ ପୋଲିସ ଏଏସଆଇ ଦେଇଥିଲେ ।
ସମସ୍ତ ଶୁଦ୍ଧି କ୍ରିୟା କିଭଳି ଭଲରେ ଶେଷ ହେବ ଏନିମନ୍ତେ ମଧ୍ୟ ଏଏସଆଇ ରାମକୃଷ୍ଣ ଗ୍ରାମବସିଙ୍କୁ ୧୦ ହଜାରା ଟଙ୍କା ଧରାଇ ସମସ୍ତ ଦାୟିତ୍ୱ ଦେଇ ଥିଲେ । ତେବେ ସପୃକ୍ତ ଘଟଣାଟି ଲୋକ ଲୋଚନକୁ ଆସିବାପରେ ସବୁଠି ଏଏଆଇ ରାମକୃଷ୍ଣଙ୍କ ଚର୍ଚ୍ଚା ଚାଲିଛି ।