Pratidin TV

Odisha's Digital News Platform

ବେଆଇନ ବାଣ କାରଖାନା ଉପରେ ପୋଲିସର ରେଡ୍‌,୧୦ ବସ୍ତା ଜବତ ହେଲା ବାଣ..

1 min read

ଭଦ୍ରକ: ଦୀପାବଳୀ ପୂର୍ବରୁ ତôତପର ହୋଇ ଉଠିଛିସ ପୋଲିସ । ବିଭିନ୍ନ ସ୍ଥାନରେ ଚଢଉ କରି ଜବତ କରୁଛି ବେଆଇନ ବାଣ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ପଳାସପୁର ଗାଁରେ ବେଆଇନ ବାଣ କାରଖାନା ଉପରେ ମତୋ ଏବଂ ଚାନ୍ଦବାଲି ପୋଲିସର ଚଢ଼ାଉ କରିଛି । ଚାନ୍ଦବାଲି ପୋଲିସ ର ପଳାଶ ୧୦ ବସ୍ତାରୁ ଉର୍ଦ୍ଧ ବାଣ ଜବତ କରିଥିବା ବେଳେ ବାଣ କାରିଗର ଘଟଣାସ୍ଥଳରୁ ଫେରାର ଅଛି । ଖେରଙ୍ଗ ପଞ୍ଚାୟତ ପଳାଶପୁରରେ ବେଆଇନ ବାଣ କାରଖାନା ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ୧୦ ବସ୍ତା ସହ କିଛି ବାରୁଦ ଏବଂ ବାଣ ତିଆରି ଜିନିଷ ପତ୍ର ସବୁ ଜବତ କରାଯାଇଛି । ଆଗକୁ ଦୀପାବଳୀ ଥିବାରୁ ବାଣ କାରିଗରମାନେ ବେଆଇନ ଭାବେ ଲୁଚା ଛପା ହାତ ତିଆରି କରୁଛନ୍ତି । ଚାନ୍ଦବାଲି ପୋଲିସ ଖବରପାଇ ଅଚାନକ ଚଢାଉ କରି ହାତ ତିଆରି ଚାଇନା ଓ କିଛି ବାରୁଦ ସହ ଏକ ବନ୍ଦ କୋଠରୀରୁ କିଛି ବାଣ ବସ୍ତା ମଧ୍ୟ ଜବତ କରି ଚାନ୍ଦବାଲି ଥାନାକୁ ନେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *