5T ସଚିବଙ୍କୁ କାଳିମାଡ ଘଟଣା , ଅଭିଯୁକ୍ତ ଭାସ୍କରଙ୍କୁ ଛାଡିଲା ପୋଲିସ …
1 min readପୁରୀ : ଗତକାଲି ଓଡିଶାର ଇତିହାସକୁ ବଦଳାଇଦେଇଛି 5T ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା । ତେବେ ଆଜି ପୁଣି ସେହି ଘଟଣାଟି ରାଜ୍ୟରେ ଚହଳ ସୃଷ୍ଟି କରିଛି । ଗତକାଲି ଗିରଫ୍ ହୋଇଥିବା ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି। ଗତକାଲି ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ଭାସ୍କରଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ସହ 5T ସଚିବଙ୍କ ନିର୍ଦ୍ଧେଶକ୍ରମେ ଆଜି ଭାସ୍କରଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି ।
ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀ କଲେଜ ପଡ଼ିଆଠାରେ ଏକ ସାଧାରଣ ସଭା (ଅଭିଯୋଗ ଶୁଣାଣି) କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗଦେଇ ପାଣ୍ଡିଆନ ସଭା ସ୍ଥଳକୁ ଯିବା ସମୟରେ କଣାସ ଅଂଚଳର ଭାସ୍କର ସାହୁ ତାଙ୍କ ଉପରକୁ କାଳିମାଡ଼ କରିଥିଲେ। ଲୋକଙ୍କ ଗହଳି ମଧ୍ୟରେ ଥାଇ ସେ ଯେଉଁ କାଳି ଫୋପାଡ଼ି ଥିଲେ ତାହା ଉଭୟ ଶ୍ରୀ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁ ଓ ଦେହରେ ପଡ଼ିଥିଲା। କାଳିମାଡ଼ ପରେ ପୁଲିସ ସଙ୍ଗେ ସଙ୍ଗେ ଭାସ୍କରଙ୍କୁ କାବୁ କରି ଗିରଫ କରିଥିଲା।