Pratidin TV

Odisha's Digital News Platform

ପୋଲିସ ହାବୁଡରେ ମହିଳା ବ୍ଲାକମେଲର : ରାଜଧାନୀରେ ନେତା ଏବଂ ପ୍ରଯୋଜକଙ୍କୁ କରୁଥିଲେ ବ୍ଲାକ୍‌ମେଲ

1 min read

ଭୁବନେଶ୍ୱର : ପୋଲିସ ହାବୁଡରେ ମହିଳା ବ୍ଲାକ୍‌ମେଲର । ୩ ପ୍ରଯୋଜକଙ୍କ ସହ ୬ ବ୍ୟବସାୟୀ ଓ ପୋଲିସକୁ ମଧ୍ୟ ନିଜ ବ୍ଲାକମେଲିଂର ଶିକାର ବନାଇଥିଲେ ଏହି ମହିଳା ଜଣଙ୍କ । ତେବେ ଚାଲନ୍ତୁ ଜାଣିବା କିଏ ଏ ମହିଳା ଜଣଙ୍କ ଏବଂ କିପରି ଫସାଉଥିଲେ ବଡ ବଡ ନେତା ମନ୍ତ୍ରୀ ମାନଙ୍କୁ ।

ଏହି ବ୍ଲାକମେଲର ଜଣଙ୍କ ହେଲେ ଅର୍ଚ୍ଚନା ନାୟକ । ମିଳିଥିବା ସୂଚନା ଅନୁଯାୟୀ ଅର୍ଚ୍ଚନାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ ଅଟନ୍ତି । ଅର୍ଚ୍ଚନା ନିଜକୁ ଓକିଲ ଓ ଜଣେ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ବୋଲି ପରିଚୟ ଦେଉଥିଲେ । ଏଭଳି କରି ସେ ବଡ ବଡଲୋକଙ୍କ ସହ ନିଜ ପରିଚୟ ବଢାଉଥିଲେ । ଏବଂ ତାଙ୍କୁ ଟାର୍ଗେଟ କରି ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟ ଫଠାଉଥିଲେ । କିଛିଦିନପରେ ଫେସବୁକ୍ ଫ୍ରେଣ୍ଡରୁ କଣ୍ଟାକ୍ଟ ଏବଂ ତାପରେ ପ୍ରେମାଳାପ । ଏବଂ ଏହାପରେ ଶାରୀରିକ ସମ୍ପର୍କ ଯାଏ କଥା ଯାଉଥିଲା ।

Advertisement

ତେବେ ଅର୍ଚ୍ଚନା ଅନେକ ନେତା, ମନ୍ତ୍ରୀ, ପ୍ରଯୋଜକ, ବ୍ୟବସାୟୀ ଓ ପୁଲିସ୍କୁ ଫେସ୍ବୁକରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଉଥିଲେ । ସୋସିଆଲ୍ ମିଡିଆରେ ବନ୍ଧୁ ହେଲା ପରେ ଫୋନ୍ ନମ୍ବର ମାଗି ଆଣି କଥା ହେଉଥିଲେ । ପ୍ରେମରେ ଯିଏ ଫସୁଥିଲା ଅର୍ଚ୍ଚନା ତାଙ୍କୁ ଘରକୁ ଡାକୁଥିଲେ । ଯେଉଁ ରୁମରେ ଅନ୍ତରଙ୍ଗ ମୁହୂର୍ତ୍ତ କଟୁଥିଲା ସେଠାରେ ଗୁପ୍ତ କ୍ୟାମେରା ଲାଗୁଥିଲା । ତା’ପରେ ସେହି ଫୁଟେଜ୍କୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା ।

ଗତ ମେ’ ମାସରେ ଜଣେ ଓଡିଆ ସିନେମା ପ୍ରଯୋଜକଙ୍କୁ ବ୍ଲାକ୍ମେଲିଂ କରି ତାଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ ଅର୍ଚ୍ଚନା। ସେ ଟଙ୍କା ନ ଦେବାରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏହା ସଂପୃକ୍ତ ପ୍ରଯୋଜକ ଜାଣିବା ପରେ ତାଙ୍କୁ ଟଙ୍କା ଦେଇଦେଇଥିଲେ । କିନ୍ତୁ ପରେ ପ୍ରଯୋଜକ ଖଣ୍ଡଗିରି ଥାନାରେ ଏତଲା ଆଣିଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛିଦିନ ତଳେ ନୂଆପଲ୍ଲୀ ଥାନାରେ ଜଣେ ଅନ୍ୟ ଜଣେ ବରିଷ୍ଠ ପ୍ରଯୋଜକ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ । ଏତଲାରେ ଦର୍ଶାଇଥିଲେ ଅର୍ଚ୍ଚନା ଓ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ବ୍ଲାକ୍‌ମେଲିଂ କରି ୩ କୋଟି ଟଙ୍କା ମାଗୁଛନ୍ତି । ସେବେଠୁ ପୁଲିସ୍ ଅର୍ଚ୍ଚନାଙ୍କୁ ଖୋଜୁଥିଲା ।

ସେହିପରି ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ତାଙ୍କୁ ଗିରଫ କରି ଏକ ଅଜଣା ସ୍ଥାନରେ ପଚରା ଉଚରା ଚାଲୁରଖିଛି । ତେବେ ଅର୍ଚ୍ଚନାଙ୍କ ଠାରୁ ପୁଲିସ୍ ୨ଟି ପେନଡ୍ରାଇଭ୍ ଓ ୨ଟି ମୋବାଇଲ୍ ଜବତ କରିଛି । ସେ ପେନଡ୍ରାଇଭ୍ ରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୁଲିସ୍ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ଅର୍ଚ୍ଚନାଙ୍କୁ ମହିଳା ଥାନା କିମ୍ବା ଖଣ୍ଡଗିରି ଥାନା ପୁଲିସ୍ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି । ୨୦୨୧ରେ ଜଣେ ପୂର୍ବତନ ନେତା ତାଙ୍କ ବ୍ଲାକ୍‌ମେଲିଂ ର ଶିକାର ହୋଇଥିଲେ । ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ଅର୍ଚ୍ଚନା ମହିଳା ଥାନାରେ ବଳାତ୍କାର ଅଭିଯୋଗ ଆଣିଥିଲେ । ମହିଳା ଥାନା ପୁଲିସ୍ ମାମଲା ରୁଜୁ କରିଥିଲା । ତାଙ୍କୁ ପୁଲିସ୍ ଧାରା ୧୬୧ରେ ବୟାନ ରେକର୍ଡ କରିବାକୁ ଡାକିଥିଲା । ହେଲେ ସେ ଯିବାକୁ ମନା କରିଥିଲେ ।

Leave a Reply

Your email address will not be published. Required fields are marked *