Pratidin TV

Odisha's Digital News Platform

ପୁଣି ରାଜ୍ୟରୁ ଦାଦନ ଚାଲଣ : ୫୨ ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲଣ ବେଳେ ଉର୍ଦ୍ଧାର କଲା ପୋଲିସ

1 min read

ଭୁବନେଶ୍ୱର : ଭଲ ରୋଜଗାରର ପ୍ରଲୋଭନ ଦେଖାଇ ଲୋକଙ୍କୁ ଦାଦନ ଭାବେ ଖଟାଉଛନ୍ତି ଦଲାଲ୍ । ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ସିହିନୀ ଗାଁ ଓ ନୂଆପଡା ଜିଲ୍ଲାର ହୋଇଥିବା ବେଳେ , ସେମାନଙ୍କ ମଧ୍ୟରୁ ୧୮ ଜଣ ପୁରୁଷ, ୧୭ ଜଣ ମହିଳା ଓ ୧୭ ଜଣ ନାବାଳିକା ରହିଛନ୍ତି।

ସୂଚନା ଅନୁ୍‌ଯାୟୀ ଗତକାଲି ରାତିରେ ୫୨ ଜଣ ଦାଦନ ଶ୍ରମିକଙ୍କୁ ଇଟା ଭାଟିରେ କାମ କରିବାକୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ପୁଲିସ କୌଣସୁ ସୂତ୍ରରୁ ଖବର ପାଇଥିଲା। ଏହାପରେ ପୋଲିସ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଚଢ଼ାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା।

Advertisement

ସର୍ଦ୍ଦାର ରମେଶ ରଣା ନାମକ ଜଣେ ଦଲାଲ୍ ରେଲୱେ ଷ୍ଟେସନରେ ୫୨ ଜଣ ଦାଦନ ଶ୍ରମିକଙ୍କୁ ଏକଜୁଟ କରି ହାଇଦ୍ରାବାଦ ନେବାକୁ ଯୋଜନା କରିଥିଲା। ହେଲେ ତାର ଏହି ଯୋଜନାକୁ ନିଷ୍ଫଳ କରିଦେଇଥିଲେ ପୋଲିସ । ବର୍ତ୍ତମାନ ପୋଲିସ ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାରକୁ ଅଟକ ପଚରାଉଚରା ଚଲାଇଛି ।

Leave a Reply

Your email address will not be published. Required fields are marked *