Pratidin TV

Odisha's Digital News Platform

କଟକଣାକୁ ଫୁ କରି ଭସାଣିରେ ଡିଜେ ବଜାଇ ନାଚୁଥିଲେ , ମାଡି ବସିଲା ପୋଲିସ ନେଇଗଲା DJ…..

ପୁରୀ ; ପ୍ରଶାସନର ନିୟମକୁ ଫୁ କରି ଗଣେଶ ଭସାଣିରେ ଡିଜେ ବଜାଇ ନାଚୁଥିଲେ ହଠାତ୍ ପହଞ୍ଚିଗଲା ପୋଲିସ ।
ପୁରୀ ଜିଲ୍ଲାରେ ଡିଜେ ସାଉଣ୍ଡ ଉପରେ ପ୍ରଶାସନ କଟକଣା ଲଗାଇଛି। ଡିଜେ ଶବ୍ଦ ଯୋଗୁଁ ପ୍ରଦୂଷଣ ହେବା ସହ ବେଳେ ବେଳେ ଅସୁସ୍ଥତା ଲୋକେ ଅନୁଭବ କରୁଛନ୍ତି।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ସରିପୁର ଗାଁରେ ଗଣେଶ ପୂଜା ଭସାଣିରେ ବିକଟାଳ ଶବ୍ଦ ହୋଇ ଡିଜେ ବାଜୁଥିଲା। ବିଳମ୍ବିତ ରାତ୍ରରେ ଅସ୍ତରଙ୍ଗ ଥାନା ପୋଲିସ ଡିଜେ ଗାଡିକୁ ଜବତ କରିଛି। ଓଡିଶା ଆତଶ ବାଜି ଓ ଲାଉଡ଼ ସ୍ପିକର ଆକ୍ଟ ୧୯୫୮ନିୟମାବଳୀ ଉଲ୍ଲଘନ ଅଭିଯୋଗ ସହ ଗଣେଶ ଭସାଣି ଯାତ୍ରା ପାଇଁ କୌଣସି ଲାଇସେନ୍ସ ଥାନାରୁ ନ ନେଇ ଉଚ୍ଚ ବିକଟାଳିଆ ସାଉଣ୍ଡ ବଜାଇ ୫୦ରୁ ଉର୍ଦ୍ଧ ସଦସ୍ୟ ଙ୍କୁ ନେଇ ଭସାଣ କରୁଥିଲେ।

ଖବର ପାଇଁ ଅସ୍ତରଙ୍ଗ ଥାନା ପୋଲିସ ଡିଜେ ସାଉଣ୍ଡ ଗାଡି କୁ ଆଣି ଅସ୍ତରଙ୍ଗ ଥାନାରେ ଅଟକ ରଖିଛି। ଡିଜେ ଗାଡି ରେ ବ୍ୟବହୃତ ଗାଡ଼ିରେ କାଗଜ ପତ୍ର ଯାଞ୍ଚ କରୁଛନ୍ତି ଅସ୍ତରଙ୍ଗ ପୋଲିସ।ବର୍ତମାନ ଅସ୍ତରଙ୍ଗ ଥାନାରେ ଜବତ ଡିଜେ ଗାଡି।

Leave a Reply

Your email address will not be published. Required fields are marked *