Pratidin TV

Odisha's Digital News Platform

କଖାରୁ ଭିତରେ ଡ୍ରଗ୍ସ , ୩.୫ କୋଟି ଟଙ୍କାର ହେରାଇନ୍ ୨ ଚାଲାଣକାରୀଙ୍କୁ ଗିରଫ କଲା ପୋଲିସ ..

1 min read

ଏବେ ନିଶା ମାଫିଆ ମାନେ ଆପଣେଇଛନ୍ତି ନୂଆ ନୂଆ ତରିକା । କେତେବେଳେ ମାଲବାହି ଗାଡି କେତେବେଳେ ପଇଡ । ଏବେ କଖାରୁ ଭିତରେ ହେଉଛି ଡ୍ରଗ୍ସ ଚାଲାଣ । ଆଜି କଖାରୁ ଭିତରୁ କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି ପୋଲିସ । ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସକୁ ମିଳିଛି ବଡ ସଫଳତା ।

ଗୁରୁବାର କଖାରୁ ଭିତରେ ଚୋରା ଚାଲାଣ କରାଯାଉଥିବା ଡ୍ରଗ୍ସ କୁ ଜବତ କରିଛି । ଡ୍ରଗ୍ସର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବ ଏବଂ ଏହାକୁ ପଡୋଶୀ ଦେଶ ମିଆଁମାରରୁ ଚୋରା କାରବାର ପାଇଁ ଦେଶକୁ ଅଣାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏକ ଗୁପ୍ତ ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ଫିରଜାୱାଲ୍ ଜିଲ୍ଲାର ଟିପାଇମୁଖରୁ ଦକ୍ଷିଣ ଆସାମର କଛାର ଅଭିମୁଖେ ଯାଉଥିବା ଏକ ପିକଅପ୍ ଟ୍ରକ୍କୁ ଅଟକାଇ ଦୁଇ ଡ୍ରଗ୍ ଚୋରା ଚାଲାଣକାରୀ – ଅବଦୁଲ୍ ମାନ୍ନା ମଜୁମଦାର ଏବଂ ଖଲିଲ୍ ଉଲ୍ଲା ବାରବୁୟାଙ୍କୁ ଗିରଫ କରିଛି । ଯାଞ୍ଚ ପରେ, ସୁରକ୍ଷା କର୍ମୀମାନେ ୩୦ ଟି ସାବୁନ୍ ବାକ୍ସରେ ୩୬୩.୪୫ ଗ୍ରାମର ଡ୍ରଗ୍ସ ଜବତ କରିଛନ୍ତି, ଯାହା ଅନ୍ୟ ପନିପରିବା ସହିତ ପିକଅପ୍ ଟ୍ରକରେ ଲୋଡ୍ ହୋଇଥିବା କଖାରୁରେ ଲୁଚି ରହିଥିଲା । ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗିରଫ ବ୍ୟକ୍ତି ଏବଂ ଜବତ ନିଶା ସାମଗ୍ରୀକୁ ଜିରିବାମ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *