Pratidin TV

Odisha's Digital News Platform

ପୋଲିସ ଚେକିଙ୍ଗ ବେଳେ ଟଙ୍କା ଓ ମଦ ଜବତ …

1 min read

ଅବକାରୀ ବିଭାଗକୁ ସଫଳତା । ନିର୍ବାଚନ ପୂର୍ବରୁ ଧରା ପଡିଲା ବିପୁଳ ପରିମାଣରବିଦେଶୀ ମଦ ଏବଂ ଲକ୍ଷ ଲକ୍ଷ ଟଙ୍କା । ସୂଚନାନୁସାରେ ପୋଲିସ ଚେକିଂ ସମୟରେ କାର ରୁ ଜବତ ହୋଇଛି ୧ ଲକ୍ଷ ୪୭ ହଜାର ଟଙ୍କା । ଏଥିସହିତ ବିଦେଶୀ ମଦ ବୋଝେଇ ହୋଇଥିବା ଏକ ପିକଅପ ଭ୍ୟାନ ବି ଜବତ କରିଛି ଲକ ଥାନା ପୋଲିସ।

ନିର୍ବାଚନ ପାଇଁ ପାରାଦ୍ୱୀପ ଲକ୍ ଥାନା ପୋଲିସ ଭୂତମୁଣ୍ଡାଇ ର ଜଗତି ନିକଟରେ ଗାଡି ଚେକିଂ କରୁଥିବା ସମୟରେ ଏହି ଟଙ୍କା ଓ ମଦ ବୋଝେଇ ଭ୍ୟାନ ମିଳିଛି। ଲକ୍ ଥାନା ଆଇଆଇସି କୁଳମଣୀ ସେଠୀ ଉଭୟ ଗାଡିକୁ ଥାନାକୁ ଆଣି ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି। ଜବତ ଟଙ୍କା କୁ ବ୍ୟକ୍ତି ଜଣକ ବ୍ୟାଙ୍କ କୁ ଡିପୋଜିଟ ପାଇଁ ନେଉଥିବା ପୋଲିସ କୁ ସୂଚନା ଦେଇଥିବା ଥାନା ପକ୍ଷରୁ କୁହାଯାଇଛି। ତେବେ ଯାଞ୍ଚ ପରେ ସମସ୍ତ ବିଷୟରେ ଜଣାପଡିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *