Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା ଆବେଦନ ଫର୍ମ କେନ୍ଦ୍ରରେ ଗହଳିକୁ ସୁରକ୍ଷା ଯୋଗାଇବ ପୋଲିସ

1 min read

ସୁଭଦ୍ରା ଯୋଜନା ଆବେଦନ ପାଇଁ ଫର୍ମ କେନ୍ଦ୍ରରେ ଗହଳି | ଯେଉଁଥିପାଇଁ ସରକାରୀ ବ୍ୟବସ୍ଥା କଡାକଡି କରିବା ପାଇଁ ଡିଜିପିଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଲେଖିଲେ ଚିଠି | ଏହି ଫର୍ମ ଉପଲବ୍ଧ ହେଲେ ପାଖାପାଖି ୧ କୋଟିରୁ ଉର୍ଦ୍ଧ୍ବ ମହିଳା ଏହି ଆବେଦନ କରିବା ନେଇ ଜଣାପଡ଼ିଥିବା ବେଳେ , ଅନେକ ସ୍ଥାନରେ କିଛି ଦଲାଲ ଠକିବା ନିମନ୍ତେ ସୂଚନା ରହିଛି | ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ |

ରାଜ୍ୟରେ ସଶକ୍ତିକରଣ ପାଇଁ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି | ପ୍ରତ୍ୟକ ଯୋଗ୍ୟହିତାଧିକାରୀ ୫ବର୍ଷ ମଧ୍ୟରେ ୫0 ହଜାର ନଗଦ ସୁବିଧା ପାଇପାରିବେ | ପ୍ରତିବର୍ଷ ୧0 ହଜାର ଟଙ୍କା କିସ୍ତିରେ ଏହାର ରାଜ୍ୟରେ ୩0ଟି ଜିଲ୍ଲାରେ ୧ କୋଟିରୁ ଅଧିକ ମହିଳା ଲାଭାନ୍ବିତ ହେବେ | ତେବେ ଏହି ଯୋଜନାରେ ସରକାର SOP ଜାରି କରିସାରିଥିବା ବେଳେ କିପରି ଆବେଦନ ହେବ ସେନେଇ ସୂଚନା ଅମେଧ୍ୟ ଦିଆସରିଛି |

Advertisement

ତେବେ ଅନେକଲା ସ୍ଥାନରେ କିଛି ଦଲାଲ, ଲୋକଙ୍କୁ ଠକେଇ କରିବାର ସମ୍ଭାବନା ରହିଛି | ଯାହାକୁ ପ୍ରତିହତ କରିବା ପାଇଁ ସରକାର ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ କାର୍ଯ୍ୟକଳାପ ଜିଲ୍ଲା ଏବଂ ନିଗଣ ସ୍ତରରେ ଆରମ୍ଭ ହେବ | ଏକାଧିକ ସ୍ଥାନରେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ସାଧାରଣ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଏବଂ ଅନ୍ୟ ଉପଯୁକ୍ତ ସ୍ଥାନରେ ଲୋକଙ୍କୁ ଆବେଦନ ଫର୍ମ ପୁରା ମାଗଣାରେ ବଣ୍ଟନ କରାଯିବ |

ତେବେ ଜିଲ୍ଲା ସଂଗ୍ରହକାରୀ ପୌରପାଳିକା କମିଶନରଙ୍କ ନିଷ୍ପତି ଅନୁଯାୟୀ, ଉପଯୁକ୍ତ ସ୍ଥାନରେ ବଣ୍ଟନ ଏବଂ ଫର୍ମ ସଂଗ୍ରହ ପାଇଁ ସିବିର ଆୟୋଜିତ ହୋଇପାରେ | ଏହାନେଇ ହିତାଧିକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ସମୟରେ ଅସାଧୁ ଏବଂ ଦଲାଲ ମାନେ ଲୋକଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିପାରନ୍ତି ତେଣୁ କାର୍ଯ୍ୟକ୍ରମ ସୁଗମ କାର୍ଯ୍ୟାନ୍ୱୟନ ପାଇଁ ଏହିପରି ସମୟରେ କୌଣସି ଅଘଟଣ ନ ଘଟିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ସମସ୍ତଙ୍କୁ ନିବେଦନ କରଯାଇଛି | ତେବେ ଜିଲ୍ଲାପାଳ କମିଶନରଙ୍କ ପରାମର୍ଶ କ୍ରମେ ସମସ୍ତ ସ୍ଥାନରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ ହୋଇପାରନ୍ତି |

Leave a Reply

Your email address will not be published. Required fields are marked *