Pratidin TV

Odisha's Digital News Platform

ମହାସଙ୍କଟରେ ଉଦ୍ଧବ ସରକାର: ଜାଣନ୍ତୁ କେମିତି ବିଜେପି ହାସଲ କରିବ ମ୍ୟାଜିକ୍ ନମ୍ବର

1 min read

ନୂଆଦିଲ୍ଳୀ: ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୨୦ ଜଣ ବିଧାୟକ ବିଜେପି ସହିତ ମିଶିବା ପାଇଁ ଅଣ୍ଟା ଭିଡିଥିବା ବେଳେ ସଙ୍କଟରେ ପଡିଛନ୍ତି ଉଦ୍ଧବ ଠାକରେ । ସନ୍ଧ୍ୟାରେ ଉଦ୍ଧବ ବୈଠକ ଡାକରା ଦେଇଥିବା ବେଳେ ଏହା ପୂର୍ବରୁ ଦେଖା ଦେଇଛି ସଙ୍କଟ । ନିକଟରେ ହୋଇଥିବା ଏମଏଲସି ନିର୍ବାଚନରେ ବିଜେପିର ୫ ବିଧାୟକ ବିଜୟୀ ହୋଇ ଆସିଥିବା ବେଳେ ସିନ୍ଦେଙ୍କ ସମେତ ୫ ଜଣ ନିରୁଦ୍ଦିଷ୍ଟ ହୋଇଛନ୍ତି । ଏହା ଫଳରେ ବିଜେପି ନିକଟରେ ୨୫ ବିଧାୟକଙ୍କ ଅତିରିକ୍ତ ସମର୍ଥନ ରହିଛି ।

ତେବେ ଏହି ସମର୍ଥନ ପରେ କଣ ବିଜେପି ହାତରେ ରହିଛି ମ୍ୟାଜିକ୍ ନମ୍ବର । ଏମଏଲସି ନିର୍ବାଚନରେ ବିଜେପି ପାଖରେ ପର୍ଯ୍ୟାପ୍ତ ନମ୍ବର ନଥିଲେ ହେଁ ସର୍ବାଧିକ ୫ ଜଣ ବିଜୟୀ ହୋଇଛନ୍ତି । ଅନ୍ୟ ପକ୍ଷରେ ଶିବସେନା-ଏନସିପିର ୨ ଜଣ ଲେଖାଏଁ ଏବଂ କଂଗ୍ରେସର ଜଣେ ଏମଏଲସି ନିର୍ବାଚିତ ହୋଇଛନ୍ତି । କ୍ରସ ଭୋଟିଂ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୧୪୪ ଆସନ ଆବଶ୍ୟକ । ନୱାବ ମଲିକ୍ ଏବଂ ଅନୀଲ ଦେଶମୁଖ ଗିରଫ ହୋଇଥିବାରୁ ଭୋଟ ଦେଇପାରିବେ ନାହିଁ । ଏହା ସହିତ ରମେଶ ଲଟକେଙ୍କ ଦେହାନ୍ତ ହୋଇଛି । ଏହି କାରଣରୁ ମ୍ୟାଜିକ୍ ନମ୍ବର ୧୪୨ ରହିଛି । ବିଜେପିର ୧୦୫ ସହିତ ସିନ୍ଦେଙ୍କ ନେତୃତ୍ୱରେ ରହିଛନ୍ତି ୨୫ ବିଧାୟକ । ଏହି ବିଧାୟକ ମାନେ ବର୍ତ୍ତମାନ ସୁରଟରେ ରହିଛନ୍ତି । ଏହା ସହିତ ୧୩ ଜଣ ସ୍ୱାଧିନ ବିଧାୟକଙ୍କ ସମର୍ଥନକୁ ନିଜ ଆଡକୁ ଆଣି ପାରିଲେ ସରକାର ଗଠନରେ ବିଜେପି ସମର୍ଥ ହେବ ।

Leave a Reply

Your email address will not be published. Required fields are marked *