Pratidin TV

Odisha's Digital News Platform

ଇସିଆଇ ଙ୍କ ସୂଚନା , ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା..

1 min read

ସରଛି ନିର୍ବାଚନ ମାତ୍ର ରାତି ପାହିଲେ ସକାଳୁ ଇଭିଏମରୁ ଖୋଲିବ ନେତାଙ୍କ ଭାଗ୍ୟ ।  ୭ଟି ପର୍ଯ୍ୟାୟରେ ଦେଶରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ ପାଇଁ ଭୋଟ ଗଣନା ମଙ୍ଗଳବାର ଦିନ ହିଁ ଅନୁଷ୍ଠିତ ହେବ।

ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ ବୋଲି ଇସିଆଇ ସୂଚନା ଦେଇଛନ୍ତି। ଦେଶରେ ସାଧାରଣ ନିର୍ବାଚନ ୧୯ ଏପ୍ରିଲରୁ ୧ ଜୁନ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।

Advertisement

ତେବେ ଏହି ସାତୋଟି ପର୍ଯ୍ୟାୟରେ ହୋଇଥିବା ସମସ୍ତ ଭୋଟିଂର ଫଳାଫଳ ଜୁନ ୪ରେ ଘୋଷଣା ହେବ। ତେବେ ଭୋଟ ଗଣତିର ସମ୍ପର୍ଣ୍ଣ ସୂଚନା ଓ ଫଳାଫଳ ECI ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ନିର୍ଵାଚନ ଫଳାଫଳ ଘୋଷଣାର  ଗୋଟିଏ ଦିନ ପୂର୍ବରୁ ସୋମବାର ନିର୍ବାଚନ କମିଶନର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ସମ୍ପର୍କିତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *