ପ୍ରଥମ ଥର ପାଇଁ ରାଜ୍ୟରେ ପ୍ରକାଶ ପାଇଲା, ପଲିଟେକ୍ନିକ୍ କଲେଜ ରାଙ୍କିଂ
1 min readଭୁବନେଶ୍ୱର :ରାଜ୍ୟରେ ପ୍ରଥମ ଥର ପାଇଁ ଡିପ୍ଲୋମା ସ୍ତରରେ ପ୍ରକାଶ ପାଇଲା ପଲିଟେକ୍ନିକ୍ କଲେଜର ରାଙ୍କିଂ । ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞନ ଘଡାଇଙ୍କ ଦ୍ୱାରା ଏହାର ଉନ୍ମୋଚନା କରାଯାଇଛି ।ଏଥିରେ ସର୍ବମୋଟ ୧୧୦ଟି ପଲିଟେକନିକ୍ କଲେଜ ଭାଗ ନେଇଥିଲା । ଯାହାମଧ୍ୟରୁ ରାଜ୍ୟର ୧୦୨ ଟି ସରକାରୀ ଓ ବେସରକାରୀ ପଲିଟେକ୍ନିକ କଲେଜକୁ ରାଙ୍କ ମିଳିଛି ।
ତେବେ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ସରକାରୀ ଓ ବେସରକାରୀ ପଲିଟେକନିକ ଇନ୍ଷ୍ଟିଚ୍ୟୁଟ୍ ଏଥିରେ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଟପ୍ ୧୦ ଟି ସ୍ଥାନରେ ୫ଟି ସରକାରୀ ଓ ୫ଟି ବେସରକାରୀ ଅନୁଷ୍ଠାନ ରହିଛି । ସେହିପରି ଟପ୍ ୨୦ ରେ ୧୩ଟି ସରକାରୀ ଏବଂ ୭ଟି ବେସରକାରୀ ଅନୁଷ୍ଠାନ ରହିଛି । ରାଙ୍କିଂ ଦ୍ୱାରାକଲେଜ ଗୁଡିକ ମଧ୍ୟରେ ପାଠପଢା ଠାରୁ ପ୍ଲେସ୍ମେଣ୍ଟ ସହ ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ବଢିବା ସହ ପିଲାମାନେ ଲାବବାନ ହେବେ ।