Pratidin TV

Odisha's Digital News Platform

ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପାଇଁ କିନ୍ନର ଗୋଷ୍ଟିଙ୍କ ଦ୍ୱାରା ଚାଲିଛି ସ୍ୱତନ୍ତ୍ର ପୂଜା…

1 min read

ବାକି ରହିଛି କ୍ରିକେଟ ମ୍ୟାଚର ଅନ୍ତିମ ପର୍ଯ୍ୟାୟ । କେଉଁ ଦଳ ହାତେଇବ ବିଶ୍ୱକପ? ତାହା ଉପରେ ରହିଛି ସମସ୍ତଙ୍କ ନଜର । ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଙଊଓ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍‌କୁ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । କାରଣ କ୍ରମାଗତ ୧୦ ଟି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି । ଏବଂ ୨୦୧୧ ପରେ ଲଗାତାର ଦୁଇଟି ମ୍ୟାଚରେ ବିଫଳ ହୋଇ ଚଳିତ ଥର ବିଶ୍ୱକପ ଟାଇଟଲ ଜିତିବା ପାଇଁ ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।

ସେପଟେ ଭାରତ ଜିତିବା ନେଇ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ସେହିପରି ପ୍ରୟାଗରେ ମଧ୍ୟ କିଛି ସମ୍ପ୍ରଦାୟ ଭାରତୀୟ ଦଳର ବିଜୟ ଲାଭ ପାଇଁ ବିଶେଷ ପୂଜା ପ୍ରାର୍ଥନା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି ଯେ କିନ୍ନର ମାନେ ନିଜ ନିଜ ହାତରେ ଭାରତୀୟ କ୍ରିକେଟ ଖେଳାଳିଙ୍କର ଫଟୋ ଧରି ଆଳତୀ କରିଛନ୍ତି । ଖେଳାଳିଙ୍କ ଫଟୋ ସାମ୍ନାରେ ଆଳତୀ ପରିବେଷଣ କରାଯିବା ପରେ ପୂଜାପାଠ ଶେଷ ହୋଇଥିଲା । ସେଜିପରି କିଛି ମନ୍ଦିର ଏବଂ ମସଜିଦ ମାନଙ୍‌କରେ ପୂଜାପାଠ ଚାଲିଛି । ତେବେ ଏଥର ଭାରତୀୟ ଦଳ ବିଶ୍ୱକପ ହାତେଇବା ନେଇ ଦେଶର ସମସ୍ତ ଧର୍ମର ଲୋକମାନେ ପ୍ରାର୍ଥନା କରୁଛନ୍ତି ।

Leave a Reply

Your email address will not be published. Required fields are marked *