Pratidin TV

Odisha's Digital News Platform

ଗିରଫ ଡରରେ ଦେଶ ଛାଡି ପଳେଇଲେ ପୂଜା ଖେଡକର..

1 min read

ଗିରଫ ଡରରେ ଦେଶ ଛାଡି ପଳେଇଲେ ଚାକିରୀ ହରାଇଥିବା ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକର  । ସେ ଏବେ ଭାରତ ଛାଡି ଦୁବାଇ ଚାଲିଯାଇଥିବା ସୂଚନା ମିଳିଛି। ଗତ ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପୂଜାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିବା ପରେ ସେ ଦୁବାଇ ଚାଲିଯାଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ, ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପୂଜା ଖେଡକର ଦିବ୍ୟାଙ୍ଗ ଏବଂ ପଛୁଆବର୍ଗ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତଦନ୍ତ କରାଯିବା ପରେ ସେ ସିଭିସ ସର୍ଭିସ ପରୀକ୍ଷା (CSE) ୨୦୨୨ ନିୟମର ଉଲ୍ଲଂଘନ କରିଥିବା ଜଣାପଡିଥିଲା ।

”କମିଶନ ସମସ୍ତ ରେକର୍ଡ ଭଲ ଭାବେ ଯାଞ୍ଚ କରିବା ପରେ ପୂଜା ଖେଡକର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏଥିପାଇଁ ତାଙ୍କର ସିଭିସ ସର୍ଭିସ ପରୀକ୍ଷା (CSE) ୨୦୨୨ ପ୍ରୋଭିଜନାଲ ପ୍ରାର୍ଥିତ୍ବକୁ ରବ୍ଦ କରାଯାଇଛି । ଏଥିସହ ଭବିଷ୍ୟତରେ ୟୁପିଏସସି ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାରୁ ବାରଣ କରାଯାଇଥିଲା   l ଏହାସହ ପୂଜା ଖେଡକରଙ୍କ ଜାମିନ ଆବେଦନ ଖାରଜ କରାଯାଇଥିଲା ।ପ୍ରକାଶ ଥାଉକି, କ୍ଷମତାର ଅପବ୍ୟବହାର ଅଭିଯୋଗରେ ପୂଜା ଖେଡକରଙ୍କୁ ପ୍ରଥମେ ବଦଳି କରା ଯାଇଥିଲା। ଏହା ପରେ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିଥିଲା। ସେ ଆଇଏଏସ ହେବା ପାଇଁ ଜାଲ୍ ଓବିସି ଓ ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *