Pratidin TV

Odisha's Digital News Platform

ଟ୍ରେନି ଆଇଏଏସ ପୂଜାଙ୍କ ଘରେ ପଶିଲା ପୁଲିସ୍‌, ବାପାମା’ ଫେରାର

1 min read

ନିଜ କ୍ଷମତାର ଅପବ୍ୟବହାର କରି ବିବାଦରେ ପୁନେର ଟ୍ରେନି IAS ପୂଜା ଖେଡକର ଏବଂ ତାଙ୍କ ପରିବାର ଉପରେ ବିବାଦ ଘେରି ରହିଛି। ଗତରାତିରେ ତାଙ୍କୁ ପଚରାଉଚୁରା ପାଇଁ ପୂଜାଙ୍କ ଘରେ ପଶିଥିଲା ପୋଲିସ ଟିମ | ତେବେ ତାଙ୍କ ବାପାମା ଫେରାର ଥିବା ଜଣାପଡିଛି |

ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରାୟ ସାଢେ ୧0ଟା ବେଳେ ୩ ଜଣିଆ ଲେଡି ପୋଲିସ ଟିମ ପୂଜାଙ୍କ ୱାଶିମ୍‌ସ୍ଥିତ ଘରେ ପଶିଥିଲେ | ସେମାନେ ପ୍ରାୟ ୩ ଘଣ୍ଟା ଧରି ପୂଜାଙ୍କୁ ପଚରାଉଚୁରା କରିଥିଲା | ଏହା ପ୍ରାୟ ରାତି ୧ଟା ପର୍ଯ୍ୟନ୍ତ ଚାଲିଥିଲା | ତେବେ ସେମାନେ କେଉଁ ପ୍ରସଙ୍ଗରେ ପଚରାଉଚୁରା କରିଥିଲେ ତାହାର ତଥ୍ୟ ମିଳିପାରିନାହିଁ | ଜିଲ୍ଲାପାଳଙ୍କ ଅନୁମତି ନେଇ ପୂଜା ପୁଲିସ୍‌ ଟିମ୍‌କୁ ଘରକୁ ଡାକିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *