Pratidin TV

Odisha's Digital News Platform

ଗରିବ ଭିନ୍ନକ୍ଷମ ମହେଶ୍ୱରଙ୍କ ପାଇଁ ଆବାସ ଯୋଜନା ସାତସପନ …

ଯାଜପୁର ; ଦୁର୍ନୀତିର ଗନ୍ତାଘର ପାଲଟିଛି ବିରିପଟା ପଞ୍ଚାୟତ । ଏଠି ଗରିବ ଭିନ୍ନକ୍ଷମଙ୍କୁ ମିଳୁନି ଘର । କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଦିନ ମଜୁରିଆ, ବିକଳାଙ୍ଗ, ଗୃହହୀନ ମାନଙ୍କ ପରିସ୍ଥିତିକୁ ସୁଦୃଢ କରିବା ପାଇଁ ନାନା ପ୍ରକାର ଯୋଜନା କରିଆସୁଛନ୍ତି । ହେଲେ ଏହା ବାସ୍ତବରେ କିପରୀ ଫଳପ୍ରଦ ହେଉଛି ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ କେନ୍ଦୁଆକୂଳ ଗାଁର ମହେଶ୍ଵର ପୁହାଣ , ସ୍ୱାମୀ ଓ ସ୍ତ୍ରୀ ଉଭୟ ଭିନ୍ନକ୍ଷମ ଚାଳ ଛପର ଘରେ ଭାଗ୍ୟକୁ ଆଦରି ୪ପ୍ରାଣୀ ପଡ଼ି ରହିଛନ୍ତି । ପରିତାପର ବିଷୟ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ଥାଇ ସୁଦ୍ଧା ତାଙ୍କୁ ଯୋଗ୍ୟ ତାଲିକାରୁ ବାଦ୍ କରିଦିଆଯାଇଛି ।

ପୂର୍ବରୁ ଉକ୍ତ ପଞ୍ଚାୟତରେ ଭତ୍ତା, ହରିଶ୍ଚନ୍ଦ୍ର, ରାସନ, ମୋପୋଖରୀ ର୍ଦୁନିତୀର ଘଟଣା ଲୋକଲୋଚନକୁ ଆସିଥିଲା । ବର୍ତ୍ତମାନ ଆବାସରେ ମହାର୍ଦୁନିତୀ କରାଯାଇଛି ବୋଲି ଅଞ୍ଚଳବାସୀ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଛନ୍ତି. ଅତୀତରେ ର୍ଦୁନିତୀର ଘଟଣାମାନ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି । କିନ୍ତୁ ଦୁଃଖର ବିଷୟ ଏପର୍ଯ୍ୟନ୍ତ ପଞ୍ଚାୟତରୁ ହଟୁନି ର୍ଦୁନିତୀ କି ବର୍ଣ୍ଣପାତ କରୁନାହାନ୍ତି ଉଚ୍ଚପଦସ୍ଥ ଅଧିକାରୀ । ଏଠି ୧ବା ୨ ମହଲା କୋଠାଘର, ୩ଓ୪ ଚକିଆ ଗାଡ଼ି ଏବଂ ମାସିକ ଉତ୍ତମ ଆୟଥିବା ବ୍ୟକ୍ତିଙ୍କୁ ଆବାସ ପାଇବା ପାଇଁ ଯୋଗ୍ୟ ଭାବେ ଚୟନ କରାଯାଇଛି । ପୂର୍ବରୁ ସ୍ୱାମୀଙ୍କୁ ଆବାସ ମିଳିଥିବା ବେଳେ ବର୍ତ୍ତମାନ ସ୍ତ୍ରୀଙ୍କ ନାମରେ ଆବାସ ପ୍ରଦାନ କରାଯାଇଛି । ଉକ୍ତ ଯୋଜନାକୁ ପ୍ରଶାସନିକ ଅବହେଳା ବା ରାଜନେତାଙ୍କ ଆକ୍ରୋଶମୂଳକ ଶିକାରରେ କ୍ଷତିଗ୍ରସ୍ତ ହେଉଛନ୍ତି ବହୁ ଯୋଗ୍ୟ ହିତାଧିକାରୀ । ପ୍ରଦାନ କରାଯାଇଥିବା ଆବାସକୁ ନେଇ ବିରିପଟା ପଞ୍ଚାୟତରେ ଅଶୃଙ୍ଖଳିତ ପରିସ୍ତିତି ସୃଷ୍ଟି ହୋଇଛି ।

କିଛି ଲୋକଙ୍କ ଅଭିଯୋଗ ଏଠି ଚଞ୍ଚକତା କରାଯାଇ ଅନେକ ଅଯୋଗ୍ୟଙ୍କ ନାମକୁ ଯୋଗ୍ୟ ତାଲିକାରେ ସାମିଲ କରାଯାଇଛି । ମହେଶ୍ଵରଙ୍କ ପରି ଏକାଧିକ ବ୍ୟକ୍ତିଙ୍କ କ୍ଷେତ୍ରରେ ଆବାସ ଯୋଜନା ସାତ ସପନ ପାଲଟିଛି । ମହେଶ୍ଵର ଭାବିଥିଲେ ଏଥର ତାଙ୍କୁ ଘର ମିଳିଯିବ ହେଲେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନାମ ନଥିବା ଦେଖି ସେ ନିରାଶ ହୋଇଥିଲେ । ପଞ୍ଚାୟତର ସରପଞ୍ଚଙ୍କ ଠାରୁ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ ବୋଲି ମହେଶ୍ଵର କହିଥିଲେ । ବର୍ତ୍ତମାନ ଦେଖିବା ବାକି ରହିଲା କେବେ ମହେଶ୍ଵରଙ୍କ ଭଙ୍ଗା କୁଡିଆରେ ଉପରେ ନଜର ପଡୁଛି ପ୍ରଶାସନର…

Leave a Reply

Your email address will not be published. Required fields are marked *