Pratidin TV

Odisha's Digital News Platform

ସରକାରୀ ସହାୟତା ସାତ ସପନ; ଭଙ୍ଗା ଘରେ ଦିନ କାଟୁଛନ୍ତି ଗରିବ ଅସହାୟ ମହିଳା , କେବେ ପଡିବ ପ୍ରଶାସନର ନଜର ….

1 min read

ରାୟଗଡା : ଶୋଚନୀୟ ଅବସ୍ଥାରେ ବିଧବା ମହିଳାଙ୍କ ପରିବାର ଭଙ୍ଗା ଘରେ କଟୁଛି ଦିନ ସରକାରୀ ସହାୟତା ସାତ ସପନ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କୁଟ୍ରା ଗଡ଼ । ଗ୍ରାମପଞ୍ଚାୟତ ହୁକୁମ ତୋଳା ଗ୍ରାମରେ ଜଣେ ଆଦିବାସୀ ଗରିବ ବିଧବା ମହିଳା ଶୀତେ ସିକକାଙ୍କ ପରିବାର ଭଙ୍ଗା ଘରେ ଦିନ ବିତେଇ ଆସୁଥିବା ଦେଖିବାକୁ ମିଳିଛି।
ପ୍ରଶାସନିକ ଅଧିକାରୀ ନେତା ତଥା ମନ୍ତ୍ରୀ ସମସ୍ତଙ୍କୁ ଗୁହାରି କରିବା ପରେ ମଧ୍ୟ କମୁନାହିଁ ତାଙ୍କ ଦୁର୍ଦ୍ଦଶା। ବିଗତ ପ୍ରାୟ ୮ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ପରେ ସେ ନିଜ ଛୁଆ ପିଲା ସହ ଗୋଟେ ଭଙ୍ଗା ଘରେ ରହି ଆସୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ନଥିବା ସହ ପେଟକୁ ଦାନା ଯୋଗାଇବାର ଚିନ୍ତା ଖାଉଛି। ସମ୍ପୃକ୍ତ ମହିଳାଙ୍କର ଦୁଇ ଝିଅ, ଦୁଇ ପୁଅ। ପରିବାରରେ ସମୁଦାୟ ୪ ଜଣ ସଦସ୍ୟ।

ଆଜକୁ ୮ବର୍ଷ ବିତିଲାଣି, କିନ୍ତୁ ଏଯାବତ ତାଙ୍କୁ ଜାତୀୟ ସମାଜ ମଙ୍ଗଳ ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ପକ୍କା ଘର ଯୋଜନା ଭଳି ସମସ୍ତ ଯୋଜନାରୁ ବଞ୍ଚିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Advertisement

ବର୍ତ୍ତମାନ ଏହି ଗରିବ ବିଧବା ମହିଳା ଶୀତେ ସିକକାଙ୍କୁ ସରକାର ଘର ଖଣ୍ଡେ ଦେବା ପାଇଁ ଗ୍ରାମବାସୀ ସହ ବିଷମ କଟକ ଅଞ୍ଚଳରେ ଲୋକେ ଦାବି କରିଛନ୍ତି । ତେବେ ଦେଖିବା ବାକି ରହିଲା ଯେ କେତେଶୀଘ୍ର ପ୍ରଶାସନର ଦୃଷ୍ଟି ଏହି ଗରିବ ଅସହାୟ ମହିଳାଙ୍କ ଉପରେ ପଡୁଛି ।

Leave a Reply

Your email address will not be published. Required fields are marked *