Pratidin TV

Odisha's Digital News Platform

ଜୀବନ ସାରା ଦୁଃଖ ଶାନ୍ତିଙ୍କ ଜୀବନରେ ଲେଖା …..

କଟକ ; ଦରିଦ୍ର୍ୟତାର କୁଠାରଘାତରେ ବଳି ପଡୁଛି ଅସହାୟ ଜୀବନ । ପୁଣି ସାମ୍ନାକୁ ଆସିଲା ଘୋର ଦରିଦ୍ର୍ୟତାର ବିକଟାଳ ଚିତ୍ର । ସରକାରୀ ସହାୟତା ଚାହିଁ ଚାହିଁ ଚାଲିଗଲା ଜୀବନ , ହେଲେ ମିଳିପାରିଲାନି ସହଯୋଗ । ଏ ଦାରିଦ୍ର୍ୟ, ଅନାହାର ଓ ଅସହାୟ ର ଏମିତି ଏକ ଦୃଶ୍ୟ ଯାହାକି ସମସ୍ତ ଙ୍କ ହୃଦୟ କୁ ଆନ୍ଦୋଳିତ କରିପକାଇବ ନିଶ୍ଚିତ । ଆଜି ନା ପେଟକୁ ଦୁଇମୁଠା ଦାନା ମିଳିପାରିଲା ନା ମିଳିପାରିଲା କିଛି ଚିକତ୍ସା, କେବଳ ଦରିଦ୍ର୍ୟତା ର କୁଠାରଘାତ ରେ ଭଙ୍ଗା କାଠ ପଟା ରେ ପଡ଼ିରହି ଚାଲିଗଲା ସ୍ୱାମୀଙ୍କ ଜୀବନ ଆଉ ମୃତ୍ୟୁକୁ ଅପେକ୍ଷା କରି ସେହି ଭଙ୍ଗା ଘର କାଠପଟା ଉପରେ ଅପେକ୍ଷା କରିବସିଛନ୍ତି ଅସହାୟ ବୃଦ୍ଧା ।

ପାରିପାଶ୍ୱକ ପରିସ୍ଥିତି ଦେଖିଲ ଯେ କେହିବି ହତଚକିତ ହୋଇପଡିବ । ଯେ ମଣିଷ ଜୀବନ ଏମିତି ବି ଦୁର୍ବିସହ ହୋଇପାରେ , ଏବଂ ମଣିଷ ଏତେ ଅସହାୟ ବି ହୋଇପାରେ । ଦୁଃଖର ବିଷୟ ଏଭଳି ଏକ ହତଭାଗା ଦମ୍ପତି ଙ୍କ ଉପରେ ଦଇବ ତ ଦାଉ ସାଜିଲା , ହେଲେ ପ୍ରଶାସନ ର ଅଣଦେଖା ରେ ଆଜି ବଳି ପଡ଼ିଗଲା ଗୋଟିଏ ଜୀବନ। ଆଉ ସରକାର ଙ୍କ କାଗଜ ପତ୍ର ବ୍ୟବସ୍ଥା ଭିତରେ ଛାର ଅଶିକ୍ଷିତ ଲୋକଟିଏ ଆଜି ପଡ଼ିଗଲା ବଳି ।

ଏ ଭଙ୍ଗା ଦଦରା ଡାଳ ପତ୍ର ଘେରା କୁଡ଼ିଆ ଏବଂ ତା ଭିତରେ ଶୋଇବାପାଇଁ ପଡ଼ିରହିଥିବା ଖଣ୍ଡେ ଭଙ୍ଗା କାଠପଟା ର ଯେଉଁ ଦୃଶ୍ୟ ଏ କେଉଁ ଉପାନ୍ତ ଇଲାକା ର ନୁହେଁ , ଏ ହେଉଛି କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ,ଦୁଲଣା ପୁର ପଞ୍ଚାୟତ ବାରବାଟୀ ଗ୍ରାମ ର ମଦନ ନାଏକ ଙ୍କ ଘର ର ଦୃଶ୍ୟ । ମଦନ ନାଏକ ଯାହାର କି ଏହି ଭଙ୍ଗା ଝାଟି ଚାଳିଆ ର ଭଙ୍ଗା ପଟାରେ ଦୀର୍ଘଦିନ ଧରି ଅସୁସ୍ଥ ଭାବେ ପଡ଼ିରହି, ଦିନରେ ସୂର୍ଯ୍ୟ ଏବଂ ରାତିରେ ଭିଜା କାକର ସାଙ୍ଗକୁ ଶୀତ ର ପ୍ରକୋପ ଏବଂ ଭୋକିଲା ପେଟ ସହିତ ଚିକିତ୍ସା ର ଅଭାବ ପାଇଁ ଅଜକୁ ପନ୍ଦର ଦିନ ତଳୁ ମୃତ୍ୟୁ ଘଟିସାରିଛି । ଏବଂ ତାଙ୍କ ସ୍ତ୍ରୀ ଶାନ୍ତି ମଧ୍ୟ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗ ରେ ଆକର୍ମଣ୍ୟ ହୋଇ ମୃତ୍ୟୁ ପାଇଁ ଦିନ ଗଣୁଛନ୍ତି । ଏବଂ ନିଜର କେହି ସନ୍ତାନ ସନ୍ତତି ନଥିବାରୁ ପେଟକୁ ଦାନା ଟିକେ ବି ଯୋଗାଡ଼ କରିପାରୁନାହାନ୍ତି ରୁଗ୍ଣ , ଅସହାୟ ଶାନ୍ତି । ସରକାର ଙ୍କର ରାସନ ଯୋଜନା ରେ ପାଞ୍ଚ କିଲୋ ଚାଉଳ ର ବ୍ୟବସ୍ଥା ଥିଲେ ମଧ୍ୟ ନିଜର ଆକର୍ମଣ୍ୟତା ଯୋଗୁଁ ଆଣିବାକୁ ଯାଇପାରୁନଥିବାରୁ ସେ ଗଣ୍ଡାକ ବି ବନ୍ଦ ହୋଇ ଯାଇଛି । ଏସବୁ ଭିତରେ ନିଜର ଚିକିତ୍ସା ଏବଂ ଅତ୍ୟାବଶ୍ୟକ ଗୁଜୁରାଣ ପାଇଁ ଭତ୍ତା ଟିକେ ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଗୁହାରି କରିଥିଲେ ମଧ୍ୟ ନିଜର ବୟସ ପ୍ରମାଣ ପତ୍ର ରେ ତ୍ରୁଟି ଯୋଗୁଁ ତାହା ସମ୍ଭବ ହୋଇପାରିନାହିଁ । ଏବଂ ଏହି ତ୍ରୁଟି କୁ ନିଜେ ସୁଧାରି ବାର ସାମର୍ଥ୍ୟ ନଥିବା ହେତୁ, ସବୁ ବ୍ୟବସ୍ଥା କରିଦେବୁ ବୋଲି ନେତା ଙ୍କ ପ୍ରତିଶୃତି ମିଳିଥିଲେ ମଧ୍ୟ ତାହା କେବଳ ମିଥ୍ୟା ପ୍ରତିଶୃତି ରେ ରହିଯାଇଥିବା କୁହନ୍ତି ଗ୍ରାମବାସୀ । ଏବଂ ବହୁ ପୂର୍ବରୁ ଖଣ୍ଡେ ଇନ୍ଦିରା ଆବାସ ଯୋଜନା ରେ ଘର ଖଣ୍ଡେ ନିର୍ମାଣ ଆରମ୍ଭ କରିଥିବା ବେଳେ ଘୋର ଦାରିଦ୍ର୍ୟତା ଯୋଗୁଁ ତାହା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଭୁଶୁଡିବାକୁ ବସିଥିଲା।

ତେଣୁ ବୟସର ଅପରାହ୍ନ ରେ ଅସହାୟ ବୃଦ୍ଧ ଦମ୍ପତି ବାହାରେ ଏକ ଡାଳପତ୍ର ଘେରା କୁଡ଼ିଆରେ କାଟୁଥିଲେ ଜୀବନ ଆଉ ଆଜି ଅସହ୍ୟ ଅବହେଳା ରୁ ସ୍ୱାମୀ ଙ୍କ ଜୀବନ ଚାଲିଯିବା ପରେ ଜୀବନର ଶେଷ ସମୟ ଟିକିକ ପର ଘର ଦାଣ୍ଡ ପିଣ୍ଡାରେ ପଡି ଜୀବନ କାଟୁଛନ୍ତି ସ୍ତ୍ରୀ ଶାନ୍ତି ନାଏକ । ଏବଂ ଅସୁସ୍ଥତା ଯୋଗୁଁ ଭଲରେ କଥା କହିପାରୁନଥିବା ଶାନ୍ତି ଆଜି ଆଜି ଖନ ଖନ କଣ୍ଠ ରେ ତାଙ୍କର ଦୀର୍ଘ ଦିନର ଅଭିଯୋଗ ଵା ଅଭିମାନ କୁ ବ୍ୟକ୍ତ କରିବା କୁ ଚାଁହୁଥିବା ଦେଖି ସତରେ ହୃଦୟ କୁ ଖୁବ ଆଘାତ ଦେଉଛି ।ଏଠି ଆମେ ଏତିକି କହିବାକୁ ଚାହିଁବୁ ଯେ ସରକାର ଗରିବ କଲ୍ୟାଣ କୁ ନେଇ ବିଭିନ୍ନ ଯୋଜନା ଗଢ଼ିଥିବା ବେଳେ, କଣ ସତରେ ଏ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରୁଛି ? କଣ ସମାଜ ର ସେବା କରିବାକୁ ଥିବା ଏ ଜନ ନେତା ଵା ଜନପ୍ରତିନିଧି ମାନେ ତାଙ୍କର କର୍ତ୍ତବ୍ୟ ଠିକ ଭାବେ ତୁଲାଉ ଛନ୍ତି ?

Leave a Reply

Your email address will not be published. Required fields are marked *