Pratidin TV

Odisha's Digital News Platform

ଭୟଙ୍କର ସଡକ ଦୁର୍ଘଟଣା , ଚାଲିଗଲା ଅଭିନେତ୍ରୀଙ୍କ ଜୀବନ ..

1 min read

ନିଜର ଅଭିନୟକୁ ଜୀବନ୍ତ କରିବାପାଇଁ କେତେଥର ମିଛିକା ମିଛିକା ମରିବାର ଅଭିନୟ କରିଛନ୍ତି । ଆଉ ତାଙ୍କର ସେହି ଜୀବନ୍ତ ଅଭିନୟ ଦେଖି ଦର୍ଶକଙ୍କ ଆଖିରୁ ଲୁହ ଆସିଯାଇଛି । ହେଲେ ତାଙ୍କର ସେହି ମିଛି ମିଛିକା ଅଭିନୟ ଆଜି ସତ ପାଲଟି ଯାଇଛି । ଆଉ ଆଜି ହାତଧରା ଧରି ହୋଇ ଚାଲିଯାଇଛନ୍ତି ଦୁଇ ଅଭିନେତ୍ରୀ । ଆଜି ତାଙ୍କର ଅଭିନୟ ପାଇଁ ତାଙ୍କୁ ବାଃ ବାଃ ନୁହେଁ ବରଂ ଦର୍ଶକଙ୍କ ଲୁହରେ ଭିଜିଯାଇଛି ମନୋରଞ୍ଜନ ଜଗତ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲେ ଭୋଜପୁରୀର ପ୍ରସିଦ୍ଧ ଅଭିନେତ୍ରୀ । ସୋମବାର ବିହାରର କୈମୁରରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ଜଣଙ୍କ ମଧ୍ୟରେ ଭୋଜପୁରୀ ସିନେମାର ଚାରିଜଣ କଳାକାର ପ୍ରାଣ ହରାଇଥିବା ସାମ୍ନାକୁ ଆସିଛି । ବିହାରର କୈମୁର ଜିଲ୍ଲାରେ ଏକ ଟ୍ରକ, ଏସୟୁଭି ଏବଂ ମୋଟରସାଇକେଲ ପରସ୍ପର ସହ ଧକ୍କା ଖାଇବା ପରେ ପ୍ରାଣ ହରାଇଥିବା ୯ଜଣଙ୍କ ମଧ୍ୟରେ ଭୋଜପୁରୀ ଗାୟକ ଛୋଟୁ ପାଣ୍ଡେ ମଧ୍ୟ ଥିଲେ ।

ଏହା ବ୍ୟତୀତ ଭୋଜପୁରୀ ଅଭିନେତ୍ରୀ ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ ଏବଂ ଅନ୍ୟ ଜଣେ କଳାକାର ମଧ୍ୟ ଏହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।ଖବରମୁତାବକ , ଗତ ରବିବାର ବିହାରର କୈମୁର ଜିିଲ୍ଲାର ଏକ ଟ୍ରକ , ଏସୟୁଭି ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାରେ ୯ଜଣ ପ୍ରାଣ ହରାଇଥିଲେ । ସେହି ମୃତକଙ୍କ ମଧ୍ୟରେ ଭୋଜପୁରୀ ଅଭିନେତ୍ରୀ ଓ ଗାୟକ ଥିଲେ । ଦୁର୍ଘଟଣାରେ ଭୋଜପୁରୀ ଗାୟକ ବିଲଲେଶ ପାଣ୍ଡେ ଓରଫ ଛୋଟୁ ପାଣ୍ଡେ , ଅଭିନେତ୍ରୀ ଆଞ୍ଚଲ ତିୱାରୀ ଓ ସିମରନ ଶ୍ରୀବାସ୍ତବ ସାମିଲ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଦୁଇଜଣ ମହିଳାଙ୍କ ସମେତ ୮ଜଣଙ୍କୁ ନେଇ ଯାଉଥିବା ଏକ ଏସୟୁଭି ପ୍ରଥମେ ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଏହା ପରେ ଉଭୟ ଏସୟୁଭି ଏବଂ ବାଇକ୍ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇଥିଲେ ଯେଉଁଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ପରେ ମୋଟରସାଇକେଲ ଡ୍ରାଇଭର ସମେତ ସମସ୍ତ ନଅ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।

Advertisement

Leave a Reply

Your email address will not be published. Required fields are marked *