ଅନେକ ଦିନରୁ କିଡନୀ ରୋଗରେ ପିଡୀତ ଥିବା ତାମିଲ ହାସ୍ୟ ଅଭିନେତାଙ୍କ ଦେହାନ୍ତ…
1 min readଦିନେ ହସାଇ ହସାଇ ଦର୍ଶକଙ୍କୁ ବେଦମ କରୁଥିଲେ । ହେଲେ ଆଜି ତାଙ୍କ ପାଇଁ ଦର୍ଶକଙ୍କ ଆଖିରେ ଲୁହ । ଲୋକପ୍ରିୟ ହାସ୍ୟ ଅଭିନେତା ବୋଣ୍ଡା ମଣି । ଗତକାଲି ଡିସେମ୍ବର ୨୩ ରାତିରେ ମଣି ଚେନ୍ନାଇ ପୋଜିଚାଲୁରରେ ଥିବା ତାଙ୍କ ବାସ ଭବନରେ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ସରକାରୀ ଡାକ୍ତର ଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁ ବେଳକୁ ତାଙ୍କ ପ୍ରାୟତଃ ୬୦ ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତର ଖବର ଶୁଣି ସମଗ୍ର ଇଣ୍ଡଷ୍ଟ୍ରି ପାଇଁ ଶୋକପ୍ରକାଶ କରିଛି । ବର୍ତ୍ତମାନ ଏହି ତାମିଲ କଳାକାରଙ୍କ ଦେହାନ୍ତ ହେବା ସମଗ୍ର ଦକ୍ଷିଣ ଶିଳ୍ପ ପାଇଁ ଏକ ବଡ କ୍ଷତି ଘଟାଇଛି । ତାଙ୍କର ହଠାତ୍ ବିଦାୟ କେବଳ ତାଙ୍କ ପରିବାର ଏବଂ ଚଳଚ୍ଚିତ୍ର ଭ୍ରାତୃଭାବ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଚକିତ କରିଛି । ଯିଏ ସର୍ବଦା ସମସ୍ତଙ୍କୁ ହସାଉଥିଲା, ଯିବା ସମୟରେ ସମସ୍ତଙ୍କୁ ଆଖିରେ ଲୁହ ଛାଡି ଦେଇଥିଲା ।
ତେବେ ବୋଣ୍ଡା ମଣିଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା ଯାହାକୁ ସେ ଦୀର୍ଘ ସମୟ ଧରି ସଂଘର୍ଷ କରୁଥିଲେ । ତାଙ୍କର ମୃତ୍ୟୁ ପରେ ମୃତଦେହକୁ ପୋଜିଚାଲୁରରେ ଥିବା ତାଙ୍କ ଘରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତାଙ୍କର ଶେଷ ରିତୀନୀତି ଅପରାହ୍ନ ୫ଟାରେ ହେବ ବୋଲି ସୂଚନା ରହିଛି । ଏହି ହାସ୍ୟ ଅଭିନେତା ପ୍ରାୟ ଅନେକ ତାମିଲ ଚଳଚିତ୍ରରେ କମେଡିଆନ ଭାବେ ନଜର ଆସିଥାନ୍ତି । ତାଙ୍କ ପରିବାରରେ ପତ୍ନୀଙ୍କ ସମେତ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି ।