Pratidin TV

Odisha's Digital News Platform

ଓଲିଉଡ୍ ଜଗତରେ ଅପୂରଣୀୟ କ୍ଷତି , ଆଉ ନାହାନ୍ତି ଲୋକପ୍ରିୟ ଓଡ଼ିଆ ଖଳନାୟକ ଚକ୍ରଧର ଜେନା

ଭୁବନେଶ୍ୱର ; ଧିରେ ଧିôରେ ଓଲିଉଡ୍‌ରେ ପଡୁଛି ଶୂନ୍ୟସ୍ଥାନ । ପରଲୋକରେ ଲୋକପ୍ରିୟ ଓଡ଼ିଆ ଖଳନାୟକ ଚକ୍ରଧର ଜେନା । ସୋମବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଓଡ଼ିଆ ଚଳଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି । ୧୯୮୮ରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ପାସ୍ ହେବା ପରେ ଅଭିନୟ ଜଗତରେ ପାଦ ଥାପିଥିଲେ । ଚକ୍ରଧର ହଲିଉଡ ସିନେମା ‘ସିଟି ଅଫ୍ ଜୟ’ ଓ ‘ଇଲେକଟ୍ରିକ ମୁନ୍’ରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଅଭିନୀତି ଓଡ଼ିଆ ସିନେମା ହେଉଛି ‘ପଥର ଖସୁଛି ବଡ଼ ଦେଉଳୁ’ । ଏହାଛଡ଼ା ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ନିଜର ନିଖୁଣ କଳାର ଛାପ ଛାଡିଯାଇଛନ୍ତି ।

ରଣଭୂମୀ, ମାୟା, ଅର୍ଜୁନ, ପ୍ରେମ ୱେଡ୍ସ ପ୍ରିୟା, ରଙ୍ଗିଲା ବାବା, ଭଉଁରୀ ଓ କଥାନ୍ତର ଭଳି ଅନେକ ସିନେମାରେ ଅଭିୟନ କରିଛନ୍ତି । ସେ ଓଡ଼ିଅ ସଙ୍ଗୀତ ନାଟକ ଆକାଡେମୀର ନାଟକ ଚୟନ କ୍ଷେତ୍ରରେ ବି ବିଚାରକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
ତେବେ ମିଳିଥିବା ଖବର ଅନୁଯାୟୀ ଗତ କିଛିଦିନ ହେବ ଚକ୍ରଧର ଜେନାଙଯକ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ସେ ମଧୁମେହ ରୋଗରେ ପୀଡିତ ଥିଲେ । ସୋମବାର ତାଙଯକ ଶରୀର ହଠାତ୍ ଅସୁସ୍ଥ ହୋଇପଡିଥିଲା ।ପରିବାର ଲୋକେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *