Pratidin TV

Odisha's Digital News Platform

ରାକ୍ଷୀରେ ବିଶ୍ୱ ରେକର୍ଡ କଲେ ଖାନ ସାର୍ ; ଗୋଟିଏ ଦିନରେ ବନିଲେ ୭ହଜାର ଭଉଣୀ …..

1 min read

ନୂଆଦିଲ୍ଲୀ : ରାକ୍ଷୀରେ ବିଶ୍ୱ ରେକର୍ଡ କଲେ ଖାନ ସାର୍ । ଗୋଟିଏ ଦିନରେ ବନାଇଲେ ୭ ହଜାର ଭଉଣୀ । ପାଟନାର ବହୁ ଚର୍ଚ୍ଚିତ ଲୋକପ୍ରିୟ ଅନଲାଇନ୍ ଟିଉଟର ଖାନ ସାର ରାକ୍ଷୀ ପୂର୍ଣ୍ଣିମାରେ ବିଶ୍ୱ ରେକର୍ଡ କରିଛନ୍ତି । ଗତକାଲି ଖାନ ସାର ପାଟନା ସ୍ଥିତ ନିଜ କୋଚିଂ ସେଣ୍ଟରରେ ରକ୍ଷା ବନ୍ଧନର ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଯେଉଁଥିରେ ତାଙ୍କ କୋଚିଂ ସେଣ୍ଟରର ୧୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମ ସମୟରେ ୭ ହଜାରରୁ ଅଧିକ ଛାତ୍ରୀ ଖାନ ସାରଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅଧିକ ଜନସମାଗମ ହେତୁ ସମସ୍ତେ ଖାନ ସାରଙ୍କ ହାତରେ ରାକ୍ଷି ବାନ୍ଧିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ଅନ୍ୟପଟେ ଖାନ ସାର ନିଜେ କହିଛନ୍ତି ଯେ ସେ ବ୍ୟାକ୍ତିଗତ ଭାବେ ଉପସ୍ଥିତ ଥିବା ସବୁ ଛାତ୍ରୀଙ୍କୁ ଭେଟିଛନ୍ତି ଏବଂ ରାକ୍ଷୀ ବାନ୍ଧିଛନ୍ତି । ଏହି ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା ।

ଆଜତକ୍ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଖାନ ସାର କହିଛନ୍ତି ଯେ ତାଙ୍କର କେହି ଭଉଣୀ ନଥିଲେ ତେଣୁ ସେ ନିଜ କୋଚିଂର ସବୁ ଛାତ୍ରୀ ମାନଙ୍କୁ ତାଙ୍କର ଭଉଣୀ ଭାବରେ ବିବେଚନା କରିବାକୁ ସ୍ଥିର କଲେ । ସେ ଦାବିକରିଛନ୍ତି ଯେ ଦୁନିଆରେ କୌଣସି ଭାଇର ଏତେ ଭଉଣୀ ଯାହା ମୋ ପାଖରେ ଅଛନ୍ତି । ମୁଁ ପ୍ରତିବର୍ଷ ମୋ ଛାତ୍ରମାନଙ୍କ ହାତରୁ ରାକ୍ଷୀ ପିନ୍ଦିବି ବୋଲି ଆତ୍ମ ବିଶ୍ୱାସ ରଖିଛନ୍ତି ଖାନ ସାର ।ତେବେ ଖାନ ସାର ଏହି ରାକ୍ଷୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ କଥା କହିଛନ୍ତି । ସେ କହିଛନ୍ତି ଯେ ଅନେକ ସହରରୁ ଝିଅମାନେ ନିଜ ଘରଟୂ ଦୂରେଇ ରହି ଏଠାରେ ଶିକ୍ଷାଲାଭ କରୁଛନ୍ତି । ଆଉ ମୁଁ ତାଙ୍କ ଭ଼ାଇ ହୋଇ ତାଙ୍କୁ ସଫଳ ହେବାରେ ସାହାର୍ଯ୍ୟ କରିବି । ତାଙ୍କୁ ଭଲ ଚାକିରୀ ନିମନ୍ତେ ଯୋଗ୍ୟ କରାଇବି । ଇଭେଣ୍ଟ ଶେଷ ହେବା ବେଳକୁ ଖାନ ସାର୍ଙ୍କ ହାତରେ ୫୦୦୦ ରୁ ଅଧିକ ରାଖୀ ରହିଥିଲା ଏବଂ ଦିନ ଶେଷ ସୁଦ୍ଧା ଏହି ସଂଖ୍ୟା ୭,୦୦୦ ରେ ପହଞ୍ଚିବ ବୋଲି ଆଶା କରିଥିଲେ। ତାଙ୍କ ହାତ ରାଖୀ ସହିତ ଏତେ ଭାରୀ ଥିଲା ଯେ ତାଙ୍କୁ ହାତ ଉଠାଇବା କଷ୍ଟକର ହୋଇପଡିଥିଲା।

Advertisement

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରମାନେ ଖାନ ସାରର୍ଙ୍କୁ ବିଶ୍ୱର ସର୍ବୋତ୍ତମ ଶିକ୍ଷକ, ଗୁରୁ ଏବଂ ଭାଇ ଭାବରେ ପ୍ରଶଂସା କରିଥିଲେ। ତାଙ୍କଠାରୁ ଭଲ ଭାଇ ନାହିଁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। କିଛି ଛାତ୍ର ଏପରିକି ଖାନ ସାରର୍ଙ୍କ ହାତଗୋଡ଼ରେ ରାଖୀ ବାନ୍ଧିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *