Pratidin TV

Odisha's Digital News Platform

BJPରେ ସାମିଲ ହେଲେ ଚର୍ଚ୍ଚିତ ଗାୟିକା ଅନୁରାଧା ପଡୱାଲ , ଧରିଲେ ପଦ୍ମ ।

1 min read

ବଲିଉଡ୍‌ର ନାମିଦାମୀ ଗାୟିକା ଅନୁରାଧା ପଡୱାଲ ରାଜନୀତିରେ ପାଦ ଦେଇଛନ୍ତି । ସେ ଶନିବାର ଦିନ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।

ବିଜେପିରେ ଯୋଗଦେବା ପରେ ଅନୁରାଧା ପଡୱାଲ କହିଛନ୍ତି ଯେ “ସନାତନଙ୍କ ସହ ଗଭୀର ସମ୍ପର୍କ” ସହ ଦଳରେ ଯୋଗଦାନ କରିଥିବାରୁ ସେ କୃତଜ୍ଞ, ଯେ ମୁଁ ସନାତନ (ଧର୍ମ) ସହିତ ଗଭୀର ସମ୍ପର୍କ ଥିବା ସରକାରରେ ଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଅଟେ। ମୁଁ ଆଜି ବିଜେପିରେ ଯୋଗଦେବା ମୋର ସୌଭାଗ୍ୟ। । ” ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ବୋଲି ପଚରାଯିବାରୁ ସେ କହିଛନ୍ତି ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ, ପାର୍ଟି ମୋତେ ଯାହା ପରାମର୍ଶ ଦେବ।

ଅନୁରାଧା ପଡୱାଲ ଜଣେ ବଲିଉଡର ଜଣେ ପସିଦ୍ଧ କଣ୍ଠଶିଳ୍ପୀ । ସେ ୯୦ ଦଶକରେ ବଲିଉଡ ଗୀତ ସାଙ୍ଗକୁ ଭଜନ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ। ପ୍ରଥମ ଥର ପାଇଁ ସେ ବଲିଉଡ ଫିଲ୍ମ ‘ଅଭିମାନ’ରେ ସଂସ୍କୃତରେ ଏକ ଶ୍ଲୋକ ଗାଇଥିଲେ। ଏହାପରେ ୧୯୭୩ରେ ‘ଯଶୋଦା’ ପିଲ୍ମରୁ ମରାଠୀ ପିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ।

Leave a Reply

Your email address will not be published. Required fields are marked *