Pratidin TV

Odisha's Digital News Platform

ଏହି କାରଣ ପାଇଁ ବନ୍ଦ ହୋଇଗଲା ଲୋକପ୍ରିୟ ଟିଭି ଶୋ CID …

1 min read

ସିଆଇଡି’ ଟିଭିର ସବୁଠାରୁ ଲୋକପ୍ରିୟ ଶୋ’ । ଆଜି ବି ମଧ୍ୟ ଲୋକମାନେ ଏହି ଶୋ’କୁ ମନେପକାଇବା ସହ ରିପିଟ୍ ଦେଖିଥାନ୍ତି । ଏହି ଶୋ’ର ପ୍ରତ୍ୟେକଟି ଚରିତ୍ରକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି । ସୋନି ଟିଭିରେ ପ୍ରସାରିତ ହେଉଥିବା କ୍ରାଇମ ଶୋ’ ‘ସିଆଇଡି’ ସବୁବେଳେ ଟିଆରପିରେ ନମ୍ୱର ୱାନ୍ ରହୁଥିବା ବେଳେ କାହିଁକି ହଠାତ  ବନ୍ଦ ହୋଇଗଲା ଏହି ଲୋକପ୍ରିୟ ଟିଭି ଶୋ’ ?

ଟିଭିରେ ସବୁଠାରୁ ଲୋକପ୍ରିୟ ଶୋ’ CID। ଏହି ଶୋ’ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା । ୨୦ ବର୍ଷ ଧରି ଏହି ଶୋ’ ତା’ର ଟିଆରପିରେ ଏକ ନମ୍ୱର ରହିଥିବାବେଳେ  ୨୦୧୮ରେ ଶେଷ ହୋଇଥିଲା । ଶୋ’ର ଅନେକ ସଂଳାପ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ଛାପ ଛାଡିଛି । CID ର ପ୍ରଶଂସକମାନେ ଏହି ଶୋ’କୁ ପୁନଃବାର ଆରମ୍ଭ କରିବାକୁ ଦାବି କରୁଛନ୍ତି । ଏହି ଶୋ’ରେ ଏସିପି ପ୍ରଦ୍ୟୁମାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଶିବାଜୀ ସତ୍ୟମ୍ ସିଆଇଡି ଶୋ’ ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି ।

Advertisement

ଶିବାଜୀ ସତ୍ୟମ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଶୋ’ ନିର୍ମାତା ଏବଂ ସୋନି ଚ୍ୟାନେଲ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ୨୦ ବର୍ଷର ସଫଳତା ସ୍ୱତ୍ତ୍ୱେ ଏହାକୁ ବନ୍ଦ କରିବାକୁ ପଡିଲା । ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ଲାଗି ରହିଥିଲା, ଯାହା ସିଆଇଡି ବନ୍ଦ ହେବାର ମୁଖ୍ୟ କାରଣ ।

ଶିବାଜୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଶୋ’ ବନ୍ଦ କରିବା ପୂର୍ବରୁ ଶିବାଜୀ ଚ୍ୟାନଲକୁ ପଚାରିଥିଲେ ଯେ, କିହିଁକି ଶୋ’ ବନ୍ଦ କରୁଛନ୍ତି । ସେତେବେଳେ ଶୋ’ର ଟିଆରପିରେ ହ୍ରାସ ଘଟିଥିଲା । ଚ୍ୟାନେଲ୍ ଏହା କହିବା ସହ ଏହାର ଟେଲିକାଷ୍ଟ ସିଡ୍ୟୁଲକୁ ମଧ୍ୟ ବଦାଳାଇ ଦେଇଥିଲା । ଏହି ଶୋ’ ସର୍ବଦା ରାତି ୧୦ ଟାରେ ପ୍ରସାରିତ ହେଉଥିଲା । କିନ୍ତୁ ଏହାର ଟେଲିକାଷ୍ଟ ସମୟ ବଦଳାଇ ରାତି ସାଢେ ୧୦ଟା କିମ୍ବା ବେଳେ ବେଳେ ରାତି ୧୦ଟା ୪୫ରେ ପ୍ରସାରଣ ଆରମ୍ଭ କରିଥିଲେ । ଏହି କାରଣରୁ ଲୋକମାନେ ଦେଖିବା କମ୍ କରିଦେଲେ । ଏହାପରେ ଚ୍ୟାନେଲ ଏବଂ ମେର୍କସଙ୍କ ମଧ୍ୟରେ ବିବାଦ ବଢିଥିଲା । ଯାହାକୁ ନେଇ ସିଆଇଡି ଶୋ’ ବନ୍ଦ କରିବାକୁ ପଡିଥିଲା । ଶିବାଜୀ ସତ୍ୟମଙ୍କ ବ୍ୟତୀତ ଏହି ଶୋ’ରେ ଦୟାନ୍ଦ ସେଠୀ, ଆଦିତ୍ୟ ଶ୍ରୀବାସ୍ତବ ଏବଂ ଦୀନେଶ ଫଡନିସଙ୍କ ପରି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *