Pratidin TV

Odisha's Digital News Platform

ପୋର୍ସେ କାର୍‌ ଦୁର୍ଘଟଣା, ଅଭିଯୁକ୍ତ ନାବାଳକର ବାପା ଗିରଫ

ପୁଅ ବଦେଲା କାର ଗିରଫ ହେଲେ କୋଟିପତି ବାପା | ମହାରାଷ୍ଟ୍ର ପୁନେରେ କର ଦୁର୍ଘଟଣା ମାମଲାରେ ପୋଲିସ ଏବେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି | ଯୁବକ ଏବଂ ଯୁବତୀଙ୍କୁ କରରେ ଦଳିଥିବା ଅଭିଯୁକ୍ତ ନାବାଳକର କୋଟିପତି ବାପା ଅମିତ ଅଗ୍ରୱାଲଙ୍କୁ ସାମ୍ଵଜି ନଗରରୁ ଗିରଫ କରାଯାଇଛି |

ତେବେ ଅଭିଯୁକ୍ତ ଜଣକ ହେଉଛନ୍ତି ବିଶାଳ | ଏବଂ ଅଭିଯୁକ୍ତ ନାବାଳକର ବାପା ହେଉଛନ୍ତି ମୁମ୍ବାଇର ଜଣେ ଜଣାଶୁଣା ବିଲଡର | ନିକଟରେ ସ୍ସେ ଏକ ହୋଟେଲ ତିଆରି କରିବା ସହ ଏକ କ୍ଲବ ମଧ୍ୟ ଚଳାନ୍ତି | ତେବେ ଗତ ଶନିବାର ଦିନ ଅମିତ ଅଗ୍ରୱାଲଙ୍କ ୧୭ ବର୍ଷୀୟ ନାବାଳକ ପୁଅ ଦାମୀ ପୋର୍ସେ କାରରେ ଯାଉଥିଲା। ସେହି ସମୟରେ ରାତିରେ ଦ୍ରୁତ ଗତିରେ କର ଚଳାଉଥିବା ବେଳେ ଏକ ବାଇକକୁ ଧକ୍କା ଦେଇଥିଲେ | ଯେଉଁଥିରେ ମଧ୍ୟପ୍ରଦଶରେ ଇଞ୍ଜିନିୟର ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ। ସ୍ଥାନୀୟ ଲୋକେ ଉକ୍ତ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ।

କାର୍‌ ଚଳାଉଥିବା ନାବାଳକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରିଥିଲା। ତେବେ ଗିରଫର ୧୪ ଘଣ୍ଟା ପରେ ନାବାଳକକୁ କୋର୍ଟ କିଛି ସର୍ତ୍ତ ରଖି ଜାମିନ୍‌ରେ ଛାଡି ଦେଇଥିଲେ। କିନ୍ତୁ ବର୍ତ୍ତମାନ ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ନାବାଳକ ବିଶାଳଙ୍କୁ ବାପା ଅମିତଙ୍କୁ ଗିରଫ କରାଯାଇଛି |

Leave a Reply

Your email address will not be published. Required fields are marked *