Pratidin TV

Odisha's Digital News Platform

ଓଡ଼ିଶାରେ ଦୂର ହେବ ଆଳୁ ସଂକଟ , ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ..

1 min read

ଦୂର ହେବ ଓଡ଼ିଶାର ଆଳୁ ସଂକଟ । ଏବେ ଆଳୁ ସଙ୍କଟ ଦୂର ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ ରେଲୱେ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ପାତ୍ର କହିଛନ୍ତି।

ସରୁନି ଆଳୁ ଚିନ୍ତା । ସରକାର ଘାଣ୍ଟି ହେଉଛନ୍ତି, ଖାଉଟି କଲବଲ ହେଉଛନ୍ତି । ମଝିରେ ବ୍ୟବସାୟୀ ନା ଲାଭ ପାଉଛନ୍ତି ନା କ୍ଷତି ସହୁଛନ୍ତି । ଆଳୁର ଏହି ଗୋଲକଧନ୍ଦା ଓଡ଼ିଶା ପାଇଁ ଆଣିଛି ଟେନସନ ।  ବାହାର ରାଜ୍ୟରୁ ଆଳୁ ଆମଦାନୀ ହେଉପାରୁ ନ ଥିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦେଇଛନ୍ତି । ଏମିତି ହେଲାଣି ଯେ ଖୋଲା ବଜାରରୁ ଆଳୁ ମଧ୍ୟ ଗାଏବ ହୋଇଗଲାଣି । ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଆଳୁ ଟ୍ରକଗୁଡ଼ିକ ସବୁ ଅଧା ବାଟରେ ଅଟକି ରହିଥିଲା । ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ପାଖରେ ପଶ୍ଚିମବଙ୍ଗରୁ ଆସିଥିବା ଶହେରୁ ଅଧିକ ଆଳୁ ଟ୍ରକ ଅଟକି ରହିଥିଲା । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଏସବୁ ଆଳୁ ଟ୍ରକ୍‌କୁ ପୋଲିସ ଅଟକାଇଥିଲ। ପଶ୍ଚିମବଙ୍ଗରୁ ଆଳୁ ନ ପହଞ୍ଚିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *