Pratidin TV

Odisha's Digital News Platform

ପରିବା ଦୋକାନରୁ ଆଳୁ ଗାଏବ୍ , ଭୁବନେଶ୍ୱରରେ କିଲୋ ପିଛା ୭୦ ଟଙ୍କାରେ ବିକ୍ରି….

1 min read

ଓଡିଶାରେ ଆଳୁ ସଂକଟ । ପରିବା ଦୋକାନରୁ ଆଳୁ ଗାୟବ । ଆନ୍ଧ୍ରରୁ ଆସୁଥରବା ୧୦୦ ଆଳୁ ଗାଡି ସୀମାରୁ ଫେରିଯିବା ପରେ ଆଳୁକୁ ନେଇ ବଜାରରେ ସଂକଟ ଦେଖାଦେଇଛି । ବଜାରରେ ଦୋକାନି ମାନେ ମନଇଛା ଆଳୁକୁ ଚଢା ଦରରେ ବିକ୍ରି କରୁଛନ୍ତି । ଯାହାକୁ ନେଇ ଘୋର ଚିନ୍ତାରେ ଖାଉଟି । ରାଜ୍ୟରେ ଯୋଗାଣ ମନ୍ତ୍ରୀ ଆଳୁ ଷ୍ଟକ୍ ଯାଞ୍ଚ କରି କିଲୋପିଛା ୩୨ ଟଙ୍କାରେ ଆଳୁ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ତାଗିଦ୍ କରିବା ପରେ ମଧ୍ୟ ଚେତୁ ନାହାନ୍ତି ବେପାରୀ ।

ଅନ୍ୟପଟେ ଯେଉଁ କିଛି ସ୍ଥାନରେ ବ୍ୟବସାୟୀ ଆଳୁ ରଖିଛନ୍ତି, ସେମାନେ ଚଢ଼ା ଦରରେ କିଣି ୩୨ଟଙ୍କାରେ କେମିତି ବିକ୍ରି କରିବେ ବୋଲି ଭାବି ଦୋକାନ ବନ୍ଦ କରି ଦେଇଛନ୍ତି। ଫଳରେ ଆଳୁ ବଜାରରୁ ଉଭାନ୍ ହୋଇ ଗଲାଣି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବାରୁ ବଜାରରେ ଆଳୁ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି ।

Advertisement

ଆବଶ୍ୟକ ମାତ୍ରାରେ ଆଳୁ ନ ଆସିବା ଯୋଗୁଁ ଓଡିଶା ବଜାରରେ ଏହାର ପ୍ରଭାବ ବହୁଳ ଭାବରେ ଦେଖିବାକୁ ମିଳିଛି । ଖାଲି ଖାଉଟି ନୁହଁ ବେପାରୀ ମାନେ ମଧ୍ୟ ଏହି ସମସ୍ୟର ସମ୍ମୁଖୀନ କରିଛନ୍ତି । ଖାସ କରି ଦହିବରା ଆଉ ଚାଟ୍ , ଗୁପଚୁପ୍ ବେପାରୀ ଏମାନଙ୍କ ବେପାର ଏବେ ପୁରାଘାଟା । ଅଧିକ ଟଙ୍କାରେ ଆଳୁ କିନି ସେଇ ପୁରୁଣା ରେଟ୍‌ରେ ବେପାର କରିବାରୁ ଘାଟାରେ ପଡୁଛନ୍ତି ଗୁପଚୁପ୍ ଚାଟ୍ ଦହିବରା ବେପାରୀ । ମାର୍କେଟ ସ୍ଥିତି ଅନୁଧ୍ୟାନ କରି ମନ୍ତ୍ରୀ କହିଥିଲେ ଗୋଦାମରେ ଆଳୁ କେଜି ୨୭ ଟଙ୍କା ଅଛି ।ଖୁଚୁରା ବ୍ୟବସାୟୀ ସର୍ବାଧିକ ୩୨ ଟଙ୍କାରେ ବିକ୍ରି କରିବେ । ଏହାଠାରୁ ଅଧିକ ଦରରେ ବିକ୍ରି କଲେ ସିଧାସଳଖ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *