Pratidin TV

Odisha's Digital News Platform

କେନ୍ଦ୍ରାପଡା ବାସୀଙ୍କୁ ରୁଚୁନି ୟୁପି ଆଳୁ , ହେଉନି ବିକ୍ରି….

1 min read

କେନ୍ଦ୍ରାପଡ଼ା ; ଆଳୁକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ଥିବାବେଳେ ରାଜ୍ୟବାସି ଥିଲେ ବଡ଼ ଚିନ୍ତାରେ । ଆଳୁ ହେଉଛି ପ୍ରତେକ ପରିବାରର ମୁଖ୍ୟ ପରିବା ‘ ନିମ୍ନ ମଧ୍ୟବିତ୍ତ ପରିବାର ବା ମଧ୍ୟବିତ୍ତ ପରିବାର କିମ୍ବା ବଡ଼ବଡ଼ିଆ ଲୋକ ସଭିଙ୍କ ପରିବାର ର ସବୁ ତରକାରୀରେ ଆଳୁ ଗୋଟିଏ ନିହାତି ଆବଶ୍ୟକ ଜିନିଷ ।

କିଛିଦିନ ହେଲା ପଶ୍ଚିମବଙ୍ଗ ରୁ ଆଳୁ ରପ୍ତାନି ବନ୍ଦ ହେବାପାରେ ଉତ୍ତରପ୍ରଦେଶରୁ ଆସୁଥୁବା ଆଳୁର ଚାହିଦା ନଥିବା ନେଇ ଚିନ୍ତାରେ ଥିଲେ ସରକାର ଓ ଖାଉଟି । ତେବେ ଆଳୁ ଦାମ ବୃଦ୍ଧି ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ରେ ପ୍ରଥମଥର ପାଇଁ ଆଜି ବିଭିନ୍ନ ଡିଲର ଦୋକାନ ରେ ଆଲୁ ବିକ୍ରୀ ଆରମ୍ଭ ହୋଇଛି। ବଜାରରେ ୪୫ ତ କେଉଁଠି ୫୦ ଟଙ୍କା ରେ ବିକ୍ରୀ ହେଉଛି। ଏହା କୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ କିଲୋ ପ୍ରତି ୩୮ ଟଙ୍କା ରେ ବିକ୍ରି କରାଯାଉଛି ଆଳୁ ।

Advertisement

ଅନ୍ୟ ପକ୍ଷରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଆଳୁ ୩୮ ଟଙ୍କାରେ ପାଇ ସାମାନ୍ୟ ଆଶ୍ଵସ୍ଥି ଅନୁଭବ କରିଛନ୍ତି ଖାଉଟି ।
ତେବେ ପଶ୍ଚିମବଙ୍ଗ ରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବା ସମୟରେ ଓଡିଶା ଉତ୍ତରପ୍ରଦେଶରୁ ଆଳୁ ଆଣିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ୟୁପି ଆଳୁକୁ ନେଇ ଅଭିଯୋଗ ହୋଇଥିଲା । ଯେ ଏହି ଆଳୁ ଅଧିକଦିନ ରହୁନାହିଁ । ୨ ରୁ ୩ ଦିନରେ ପଚିଯାଉଛି ୟୁପିରୁ ଆସୁଥିବ ଆଳୁ ।

Leave a Reply

Your email address will not be published. Required fields are marked *