Pratidin TV

Odisha's Digital News Platform

ଓଡିଶାକୁ ଆଳୁ ଗାଡି ଛାଡୁନି ପଶ୍ଚିମବଙ୍ଗ , ସୀମା ଉପରୁ ଫେରିଲା ୧୦୦ ଆଳୁ ଗାଡି . ଏପଟେ କେଜି ଛୁଇଁଲାଣି ୬୦ ।

1 min read

ଓଡିଶା କୁ ଆଳୁ ଦେବା କୁ ବାରଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଆଳୁ ଟ୍ରକକୁ ସୀମା ପାରି ହୋଇ ଓଡିଶା ଆସିବାକୁ ଦେଉନି ପଶ୍ଚିମବଙ୍ଗ ପୋଲିସ । ଯେଉଁ ଆଳୁ ବୋଝେଇ ଟ୍ରକ ଓଡିଶା ଭିତରକୁ ଆସିବାର ଥିଲା ଓଡିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆ ଗାଡ଼ି ଫେରାଉଛି ପଶ୍ଚିମ ବଙ୍ଗ ପୋଲିସ ।

ଯେମିତି ଆଳୁ ଟ୍ରକ ଓଡିଶା ମଧ୍ୟ କୁ ପ୍ରବେଶ ନକରେ ସେଥିପାଇଁ କଡ଼ାକଡ଼ି ଯାଞ୍ଚ କରୁଛି ପଶ୍ଚିମବଙ୍ଗ ପ୍ରଶାସନ। ସେପଟେ ଓଡିଶା ବଜାରରେ ଆଳୁ ର ଅଭାବ ଦେଖା ଦେଇଥିବା ବେଳେ ହୁ ହୁ ହୋଇ ବଢୁଛି ଦର , କିଲୋ ପିଛା ୬୦ ରୁ ୭୦ ହେଲାଣି । ଓଡ଼ିଶାର ଗୋଦାମ ମାଲିକଙ୍କ ଗାଡି ମଧ୍ୟ ଫସି ରହିଛି ପଶ୍ଚିମବଙ୍ଗ ରେ।

ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି। ପ୍ରତିଦିନ କଟକ ଛତ୍ରବଜାରରୁ ୮ରୁ ୯ ଟ୍ରକ୍ ଆଳୁ ଆସିଥାଏ। ଆଜି ଗୋଟିଏ ଟ୍ରକ୍ ଆସିଛି। ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକଚ ଛକାପଞ୍ଝା ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବେ କିଲୋ ପିଛା ୩୫ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୦ ଟଙ୍କାରେ ପହଞ୍ଚିଛି। ଛତ୍ରବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ତାହା ୬୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।

Leave a Reply

Your email address will not be published. Required fields are marked *