ଶସ୍ତାରେ ମିଳୁଛି ଆଳୁ , ବସ୍ତା ବସ୍ତା ବୋହିନେଲେ ଲୋକେ …..
1 min readବାଲେଶ୍ୱର ; ପନିପରିବାର ଆକାଶ ଛୁଆଁ ଦର ଭିତରେ କମ ଦାମରେ ଆଳୁ ପାଇ ମନ ଇଚ୍ଛା ବୋହିନେଲେ ଲୋକେ। ଟ୍ରକ ପରେ ଟ୍ରକ ସଙ୍ଗେସଙ୍ଗେ ୨ ଟ୍ରକ ଖାଲି କରିଦେଲେ। ଆଜି ବାଲେଶ୍ବର ରେମୁଣା ହାତିଆଗଣ୍ଡ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବସ୍ତା ଆଳୁ ୩୦୦ ଟଙ୍କାରେ ପାଇ ଲୋକମାନେ ବୋହିନେଲେ।
ସକାଳୁ ସକାଳୁ ୨ ଟ୍ରକ ଆଳୁ ବିକ୍ରି ହୋଇଛି। ଗୋଟିଏ ବସ୍ତା, ଦୁଇ ବସ୍ତା ଯିଏ ଯେତିକି ପାରିଲା ନେଇଗଲା। କିଏ ଗାଡି ଆଗରେ ରଖିଛି ତ କିଏ ପଛରେ ଵସ୍ତା ବାନ୍ଧି ନେଇଗଲେ ଆଳୁ। ବଜାରରେ ଆଳୁଦର କିଲୋ ପିଛା ୧୮ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଶସ୍ତା ଯୋଗୁ ଲୋକମାନଙ୍କ ମଧ୍ୟରେ ଆଳୁ ନେବାପାଇଁ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଟୋକନ କାଟି ଆଳୁ ବୋହି ନେଇଛନ୍ତି। ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳରେ ଅଧିକ ଉତ୍ପାଦନ ଯୋଗୁ ଶସ୍ତା ରହିଛି ଆଳୁଦର।