Pratidin TV

Odisha's Digital News Platform

ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ , ୨ ଟ୍ରେନ ଭର୍ତ୍ତି ହୋଇ ୟୁପିରୁ ଆସୁଛି ଆଳୁ ..

ଉତ୍ତର ପ୍ରଦେଶରୁ ୨ଟି ଟ୍ରେନରେ ଓଡ଼ିଶା ଆସୁଛି  ଆଳୁ । ୫ ଦିନ ମଧ୍ୟରେ ଆଳୁ  ୪୮ ହଜାର କ୍ଵିଣ୍ଟାଲ ଆଳୁ  ଟ୍ରେନ୍ ଯୋଗେ ଓଡ଼ିଶାରେ  ପହଞ୍ଚିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଳୁ କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ପ୍ରାୟ ୪୮ ହଜାର କ୍ବିଣ୍ଟାଲ ଆଳୁ ମଗାଯାଇଛି । ଆସନ୍ତା ୫ ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶାରେ ପହଞ୍ଚିବ । ଯଦି କୌଣସି ସ୍ଥାନରେ ବ୍ୟାପକ ଆଳୁ ଗଚ୍ଛିତ ରଖାଯିବା ନେଇ ଖବର ମିଳେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ।

ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ ନେଇ ସୂଚନା ଦେଇଥିଲେ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ। ଯାହାଫଳରେ ପୁଣି ଥରେ ଓଡିଶା ରେ ଆଳୁ ସଙ୍କଟ ଦେଖାଯିବ ।

Leave a Reply

Your email address will not be published. Required fields are marked *