ଗଳା ବାଟ ଦେଇ ଓଡିଶାକୁ ଆସୁଥିଲା ଆଳୁ , ଗୋଡାଇ ଧରିଲା ପଶ୍ଚିମବଙ୍ଗ ପୋଲିସ ।
1 min readଆଳୁ ଗାଡି ଛାନୁଡି ପଶ୍ଚିମବଙ୍ଗ ପୋଲିସ । ଲୁଚିକି ଆସୁଥିଲା ଆଳୁ ଗାଡି ଗୋଡାଇ ଧରିନେଲା ପଶ୍ଚିମବଙ୍ଗ ପୋଲିସ ।
ଆଳୁ ସଂକଟକୁ ନେଇ ନାକେଦମ୍ ହେଲାଣି ଓଡିଶା । ଗୋଟେ ପଟେ ପଶ୍ଚିମବଙ୍ଗ ଆଳୁ ଗାଡି ଛାଡୁନଥିବା ବେଳେ ଅନ୍ୟପଟେ ୟୁପିରୁ ଆସୁଥିବା ଆଳୁ ଅଧିକ ଦିନ ତିଷ୍ଟୁନାହିଁ । ଏଭଳି ସ୍ଥିତିରେ ପୁଣି ଓଡିଶାରେ ଆକାଶ ଛୁଆଁ ହୋଇଯାଇଛି ଆଳୁଦର । କେଉଁଠି ୫୦ ତ କେଉଁଠି ୬୦ ଆଉ ପୁଣି କେଉଁଠି ୭୦ ରେ ବିକ୍ରି ହେଉଛି ଆଳୁ ।
ସେହିଭଳି ପରିବା ବ୍ୟବସାୟମାନେ ମଧ୍ୟ ନିଜ ପରିବା ଗାଡିରେ ପଶ୍ଚିମବଙ୍ଗରୁ ଆଳୁ ଲୁଚାଇକି ଆଣିବାକୁ ଚେଷ୍ଟା କରୁଛନ୍ତି । କାହିଁକି ନା ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ଆଳୁ ବୋଝେଇ ଟ୍ରକ ଉପରେ କଟକଣା ଲାଗିଥିବାରୁ ପରିବା ବସ୍ତା ତଳେ ଆଳୁ ଆଣୁଛନ୍ତି ବ୍ୟବସାୟୀ। ଏସବୁ ଭିତରେ ପଶ୍ଚିମବଙ୍ଗ ରୁ ଗଳା ବାଟ ଦେଇ ଓଡିଶା କୁ ଆଳୁ ଆସୁଥିବା ବେଳେ ଗାଡ଼ିକୁ ଗୋଡେଇ ଧରିଲା ପଶ୍ଚିମବଙ୍ଗ ପୋଲିସ। ବିଳମ୍ବିତ ରାତିରେ ଗୋମୁଣ୍ଡା – ବାଲିମ ରାସ୍ତା ଦେଇ ଓଡ଼ିଶାକୁ ଆଳୁ ଆସୁଥିଲା ଖବର ପାଇ ଆଳୁ ଗାଡିକୁ ପଶ୍ଚିମବଙ୍ଗ ପୋଲିସ ଗୋଡ଼ାଇ ଥିଲା ଯାହା ଫଳରେ ଆଳୁ ଗାଡିଟି ଓଡ଼ିଶା ଭିତରକୁ ପ୍ରେବଶ କରିବାର ୫୦୦ ମିଟର ଲୈଲାଣପୁର ନିକଟରେ ରାସ୍ତାର ପାର୍ଶ୍ବରେ ଭାରସାମ୍ୟ ହରାଇ ପଶି ଯାଇଥିଲା ।
ପଶ୍ଚିମବଙ୍ଗ ପୋଲିସ ଗାଡି ଟିକୁ ଜବତ କରିବା ସହ ଗାଡି ରେ ଥିବା ଆଳୁ ସବୁ ଅନଲୋଡ କରି ପୁଣି ଫେରି ନେଇ ଯିବାର ଦେଖିବାକୁ ମିଳିଛି । ଗାଡି ର ଡ୍ରାଇଭର ଓ ହେଲ୍ପର କୁ ଦାନ୍ତୁନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।