Pratidin TV

Odisha's Digital News Platform

ଖାଦ୍ୟାଭାବ ପରେ ପାକ୍‌ରେ ବିଦ୍ୟୁତ୍ ସଂଙ୍କଟ : ଲାହୋର, କରାଚି ସହ ଅନ୍ଧାରେ ପାକିସ୍ତାନର ୨୨ ଜିଲ୍ଲା ..

1 min read

ପାକିସ୍ତାନ : ପାକିସ୍ତାନରେ ପାୱାର ସିଷ୍ଟମ ଫେଲ୍ । ହଠାତ୍ ବନ୍ଦ ହୋଇଗଲା ସମସ୍ତ ବିଦ୍ୟୁତ୍ ସେବା । ପାକିସ୍ତାନରେ ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ ବନ୍ଦ । ଗୋଟିଏ ପରେ ଗୋଟିଏ ସଙ୍କଟ ଦେଇ ପାକିସ୍ତାନ ଗତି କରୁଛି । ଭୟଙ୍କର ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ଏବେ ଏକ ନୂଆ ଅସୁବିଧା ପଡ଼ିଛି । ଦେଶରେ ପାୱାର ସିଷ୍ଟମ ଫେଲ ହୋଇଛି । ଫଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି ।

Advertisement

ଇସଲାମାବାଦ, ଲାହୋର ଏବଂ କରାଚି ଭଳି ବଡ ବଡ ୨୨ଟି ସହରରେ ସମସ୍ୟା ଉପୁଜିଛି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ପାକିସ୍ତାନର ଶକ୍ତି ମନ୍ତ୍ରଣାଳୟ କହିଛି ଯେ ସୋମବାର ସକାଳ ପ୍ରାୟ ୭ଟା ୩୦ ସମୟରେ ପାକିସ୍ତାନର ନ୍ୟାଶନାଲ ଗ୍ରୀଡର ସିଷ୍ଟମ ଫ୍ରିକ୍ୱେନ୍ସି ବିଫଳ ହୋଇଛି । ଫଳରେ ପାକିସ୍ତାନର ଘର ଓ ଅଫିସ ସବୁ ଆଡେ ଅନ୍ଧାର । ଖବର ଦେଖୁଥିବା ଟିଭି ବି ବନ୍ଦ । ପାକିସ୍ତାନରେ ଅଧିକାଂଶ ସ୍ଥାନରେ ଆଜି ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଫେଲ୍ ହେବା କାରଣରୁ ପାକିସ୍ତାନର ଅଧା ସହରରେ ବିଦ୍ୟୁତ ଚାଲିଯାଇଛି । ଏହି କାରଣରୁ, ବିଦ୍ୟୁତ ବ୍ୟବସ୍ଥା ସମଗ୍ର ଦେଶରେ ପ୍ରଭାବିତ ହେତୁ ବିଦ୍ୟୁତ ଯୋଗାଣରେ ବିଫଳତା ଦେଖାଦେଇଛି । ମରାମତି କାମ ଚାଲିଛି ।

ପାକିସ୍ତାନର ମିଡିଆ ଅନୁଷ୍ଠାନ ମଧ୍ୟ କହିଛି ଯେ ଲାହୋରର କରାଚିର ଅନେକ ଅଂଚଳରେ ବିଦ୍ୟୁତ ନାହିଁ । କେ-ଇଲେକ୍ଟ୍ରିକ ମୁଖପାତ୍ର ଇମ୍ରାନ ରାଣା ତାଙ୍କ ଟୁଇଟର ପୋଷ୍ଟରେ କହିଛନ୍ତି ଯେ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ସମ୍ପର୍କରେ ଅନେକ ଖବର ଆସିଛି । ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ ।

Leave a Reply

Your email address will not be published. Required fields are marked *